ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଧର୍ମ ମାସ କାର୍ତ୍ତିକ

ଧର୍ମ ମାସ କାର୍ତ୍ତିକ

ବିଦାୟ ଶରତ, ଶିତ ଉପଗତ
ପ୍ରବେଶ କାର୍ତ୍ତିକ ମାସ
ପୁତ୍ର କନ୍ୟା ସ୍ଵାମୀ ସନ୍ତାନଙ୍କ ଲାଗି
କରଇ ମାଆ ହବିଷ
ସାତ୍ତ୍ୱିକ ଆହାର କରି ମାସଭରି
ପାଳଇ କାର୍ତ୍ତିକ ବ୍ରତ
ରାଇ ଦାମୋଦର ବେଶକୁ ପୂଜିଲେ
ବୈକୁଣ୍ଠ ହୋଇବ ପ୍ରାପ୍ତ
ମାଆ ବୃନ୍ଦାବତୀ ସେବା ପୂଜା ସାଥେ
ପଢ଼େ କାର୍ତ୍ତିକ ମାହାତ୍ମ୍ୟ 
ଧର୍ମ ପାଳୁଥାଏ ଓଡ଼ିଆଣୀ ନାରୀ
ହୋଇଣ ହରଷ ଚିତ୍ତ
ଚଉଁରା ମୂଳରେ ମୁରୁଜ ପକାଇ
ତୁଳସୀରେ ଦେଇ ପାଣି
ସଂସାରର ସୁଖ ମଙ୍ଗଳ ମନାସେ 
ଧର୍ମ କରେ ଓଡ଼ିଆଣୀ 
ସୂରୁଜ ଉଇଁଲେ ପ୍ରାତ ସ୍ନାନ ସାରି
ବୃନ୍ଦାବତୀ ପୂଜୁ ଥାଇ
ସନ୍ଧ୍ୟା ନଇଁଗଲେ ଆକାଶ ଦୀପସେ
ବାଉଁଶରେ ଟେକେ ଦେଇ
ମାଟିହାଣ୍ଡି ମଧ୍ୟେ ଛିଦ୍ର କରି ଦିଏ
ଶୁକ୍ଳଧାନ ରଖି ଦେଇ
ବ୍ରାହ୍ମଣ ଡକାଇ ଦୀପ ଜାଳି ଦେଇ
ଆକାଶକୁ ଟେକି ଥାଇ
ପଢ଼େ ଭାଗବତ କରେ ପୂଜା ପାଠ
ଓଡିଆ ଘରର ନାରୀ
ନ ରହିବ ଦୁଃଖ ଦୂର ହେବ ରୋଗ
କରଇ ବସି ଗୁହାରୀ
ବାରମାସେ ତେର ବ୍ରତ କରୁଥାଏ
ସ୍ଵାମୀ ସନ୍ତାନଙ୍କ ଲାଗି
ମହା କାର୍ତ୍ତିକରେ ହବିଷ୍ୟ କରଇ
ଧର୍ମତାର ଥାଏ ଜଗି
ସ୍ଵାମୀ ସୁହାଗିନି ସିମନ୍ତିନି ହୋଇ
ବୈକୁଣ୍ଠ ପୁରକୁ ଯିବି
ମାଆ ବୃନ୍ଦାବତୀ କରିବୁ କରୁଣା
ଦୀପ ଧୂପ ଜାଳୁଥିବି
ଧନ୍ୟ ଧନ୍ୟ ଓଡ଼ିଆଣୀ
ଧର୍ମ ରକ୍ଷା ଲାଗି କରୁଥାଇ ବ୍ରତ
ବସି ଦିବସ ରଜନୀ
ଧନ୍ୟ ଧନ୍ୟ ଓଡ଼ିଆଣୀ

ବିଳାସିନୀ ପୃଷ୍ଟି

 ଭୁବନ, ଢେଙ୍କାନାଳ

Related posts

ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି(ଏସ୍‌ଟିଏ) ପକ୍ଷରୁ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏଁ ସ୍ପେଶାଲ୍‌ ଡ୍ରାଇଭ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ବଡ଼ଦାଣ୍ଡ ଆଜି ଉଛୁଳେ ।।

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

Sunil Chandra Nayak

Leave a Comment

error: Content is protected !!