ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆଇନ୍ ସଚେତନତା ଶିବିର

 ଢେଙ୍କାନାଳ (ମ ନି ସ) ୨୦/୧୦_ ଆଜି ଗୁରୁବାର ଦିନ ଅପରାହ୍ନ ୩ ଘଟିକା ସମୟରେ ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ , ଢେଙ୍କାନାଳ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏହାର ଅଧ୍ୟକ୍ଷ ଜଗଦିଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ମମିତା ସାହୁ ଛାତ୍ରୀ- ଛାତ୍ରମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ବିସ୍ତୃତ ଭାବରେ ବୁଝାଇବା ସଙ୍ଗେ ସଙ୍ଗେ ଛାତ୍ରୀ- ଛାତ୍ରମାନଙ୍କୁ ଗୋଟିଏ ଗୋଟିଏ ଭଲ ମଣିଷ ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସତ୍ ଉପଦେଶ ଦେଇଥିଲେ । ବିଧୁଭୂଷଣ ସାହୁ , ପ୍ୟାନେଲ ଲୟାର ପିଲାମାନେ କିପରି ଭଲ ପାଠ ପଢିବେ ସେ ବିଷୟରେ ସୁପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ)ଜୁନିୟର ଯୋଗଦାନ କରି ଛାତ୍ରୀ ଛାତ୍ର ମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷା ବିଭାଗର ବିଭିନ୍ନ ଆଇନ୍ କାନୁନ୍ ଗୁଡ଼ିକ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ ମାଧ୍ୟମରେ ‘ ଆଇନ୍ ଜାଣିଲେ ହିଁ ଆମେ ସବୁକ୍ଷେତ୍ରରେ ଜିଣିବା ବୋଲି ‘ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ଓ ଲିଗାଲ ଲିଟେରାସି କ୍ଲବ୍ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ଅନୁପମା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ‘ ଆଇନ୍ ସଚେତନତା ହିଁ ଆଜି ଯୁଗର ପ୍ରମୁଖ ଆବଶ୍ୟକତା ‘ ବୋଲି ନିଜର ମୂଲ୍ୟବାନ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ କ୍ଷେତ୍ର ପରିଦର୍ଶନ

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Leave a Comment

error: Content is protected !!