ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କଲମ କହେ

     କଲମ କହେ

       

       ଅପର୍ତ୍ତି ସେଠୀ

          (ରମ୍ୟ ରଚନା)
କଲମ କହୁଛି ଶୁଣ ମୋବାଇଲ 
     କହୁଛି ମୋ ମନ କଥା,
ମୋ କଥାକୁ ଶୁଣି ବନ୍ଧୁ ହସିବନି
      ଯେଣୁ ମୋ ବୃଦ୍ଧ ଅବସ୍ଥା।
ତିନି ଶହ ବର୍ଷ‌ ତଳୁ ଜନ୍ମ ହୋଇ
      ଆଜି ମୁହିଁ ଜରାଜୀର୍ଣ୍ଣ,
ଜନ୍ମଦାତା ମୋର ଅଟନ୍ତି ଲୁଇସ୍
      ଏଡ୍‌ସନ୍ ଓ୍ଵାଟରମ୍ଯାନ।
ପେଟରେ ମୋ କାଳି ଥିବା‌ ଯାଏ ଭରି
       କାଗଜରେ ଲେଖିଚାଲେ,
କାଳୀଯେବେସରେ ତଣ୍ଟିମୋର ଶୁଖେ
       ମଲା ପ୍ରାୟ ମୁହିଁ ପଡେ।
ଲେଖକ ମନର ଭାବନାକୁ ନେଇ
       ଅବଶ୍ୟ କିଛି ମୁଁ ଲେଖେ,
ମୋହର ନିଜସ୍ଵ ନ ଥାଉ ପଛକ
       କବିସର୍ବସ୍ବ ପ୍ରତ୍ଯେକ୍ଷେ।
କେତେବେଳେ ପ୍ରେମ ବିରହରେମନ
       କେତେବେଳେ ଭାବେ ବୁଡେ,
କେତେବେଳେ ଦେଶ ବନ୍ଦନା ଗାଇଛି
        କେତେବେଳେ ବ୍ୟଙ୍ଗ କରେ।
କେବେମୋତେଧରି କେଉଁନାଟ୍ୟକାର
        ବିଭିନ୍ନ ନାଟକ ଲେଖେ,
ଉପନ୍ୟାସ ଆଉ ଗଳ୍ପ ଲେଖେ କିଏ
        ଆଦୃତ ହୁଏ ପାଠକେ।
କିନ୍ତୁ ମୁହିଁ ଆଜି ସତ୍ତା ହରେଇଛି
       ହୋଇଛି ମୋ ରୂପାନ୍ତର,
ଝର କଲମଟି ବଲ୍ ପେନ୍ ହୋଇ
       କବିର ହୁଏ ନିଜର।
ଏବେ ପୁଣି ବେଳ ବଦଳି ଗଲାଣି
       ଡିଜିଟାଲ ଯୁଗ ହେଲା,
ସିଧାସଳଖ ଯେ ମୋବାଇଲ ଧରି
       ଲେଖକ ଲେଖି ବସିଲା।
ଗଣ ମାଧ୍ୟମରେ କବିଟି ନିଜର
       ଭାବ ପ୍ରକାଶ କରୁଛି,
କଲମ ଚାଳନା କରୁଛି କବିଟି
       ସବୁଠିଁ ଶୁଣାଯାଉଛି।
ନାହିଁ ମନେ ଦୁଃଖ ପାଉଛି ମୁଁ ସୁଖ
       ନାଆଁ ମୋର ବୁଡି ନାହିଁ,
ଯେଉଁ ମାଧ୍ଯମରେ ଲେଖାହେଉ ପଛେ
       ଲେଖନୀ କଥା ଉଠ‌ଇ।
ଲେଖନୀ ଧରୁଛି ଲେଖକ ଲେଖୁଛି
       ସମାଜ ଏ କଥା ଜାଣେ,
ଏମିତି ମୋହର ମୃତ୍ୟୁ ହୁଏନାହିଁ
       ବଞ୍ଚିଛି ମୁଁ ସବୁଦିନେ।
ମୃତ୍ୟୁଞ୍ଜୟ ମୁହିଁ ମହାବୀର ପରି
       ସଙ୍କଟ ମୋଚନ କରେ,
ଅର୍ଜ୍ଜୁନଙ୍କ ଗାଣ୍ଡିବର ତୀକ୍ଷ୍ଣ ବାଣ
       ଶକ୍ତି ମୋ ଅଛି ଶରୀରେ।
କ୍ଷେପଣାସ୍ତ୍ର ପରି ଯାଏ ଭେଦକରି
       ସବୁଠୁଁ ମୁଁ ଶକ୍ତିଶାଳୀ,
ଲେଖନୀ ମୁନରେ ଏ ବିରାଟ ବିଶ୍ଵ
      ମୁହୂର୍ତ୍ତେ ଯାଏ ବଦଳି।
କଲମର କଥା ଶୁଣି ମୋବାଇଲ
      ସସମ୍ମାନେ ହାତ ଯୋଡ଼ି,
ଗୁରୁଜନ ଜ୍ଞାନେ ପ୍ରଣାମ ସେ କରେ
      ଲେଖନୀ ପାଦରେ ପଡ଼ି।
କଲମ କହୁଛି ଶୁଣ ମୋବାଇଲ
      କହିବି ଗୋଟିଏ କଥା,
ଖୁସି ହେବି ମୁହିଁ ତୁହି ଯଦି ଦେବୁ
      ସଂସାରକୁ ଭଲ ବାର୍ତ୍ତା।
ଯେଉଁ ଭଳି ମୋର ପ୍ରିୟ କବି କୂଳ
      ବ୍ଯାସ କିବା ବାଲମୀକ,
କାଳୀଦାସ ସନ୍ଥ ଭୀମ ଭୋଇଙ୍କର
       ବାରତା ଥିଲା ମହତ।
ଅସତ‌ ପଥରେ ଯିବୁ ନାହିଁ ବାବୁ
      କହୁଛି ତୋତେ ବୁଝାଇ,
ଲେଖନୀର ଜୟ ଯାତ୍ରା ହୁଏ ଧନ
       ଯେବେ ସତ୍ୟ ପ୍ରକାଶ‌ଇ।
ଆଜିକା ଯୁଗରେ ଗଣମାଧ୍ୟମରେ
       କିଛି ଭୁଲ୍ ତଥ୍ୟ ଦିଶେ,
ସ୍ଵାର୍ଥ ଆଜି ପୁଣି ତଥ୍ଯକାରୀଟିକୁ
       କେବେ କିଣେ କେବେ ବିକେ।
ମୋବାଇଲ ସୃଷ୍ଟି ଆଜିତ ହୋଇଛି
        ମଣିଷର ଭଲ ପାଇଁ,
କିନ୍ତୁ ଦେଖାଯାଏ ମୋବାଇଲ ଦ୍ଵାରା
        ବ୍ୟଭିଚାର ବଢୁଥାଇ। 
ନିଅ ହେ ସଙ୍କଳ୍ପ ଆସୁଯେତେ କଷ୍ଟ
        ସ୍ବାଭିମାନ ରକ୍ଷା କର,
ଅମୃତ ପରଶ ଦେଇ ଦୁନିଆଁରୁ
        ପାପ ଭାର ନାଶକର। 
ଲେଖନୀର ମୃତ୍ୟୁ ହୁଏ ନାହିଁ କେବେ
       ଲେଖାଟି ବି ମରେ ନାହିଁ,
ଲେଖକ ଅମର ଯୁଗ ଯୁଗ ପାଇଁ
       ମୂର୍ଖ ଅପର୍ତ୍ତ କହ‌ଇ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା,

   

Related posts

ଜୁନାଗଡ଼ ବ୍ଲକରେ ଡକାୟତି ଆତଙ୍କ ଘଟଣା,ନଳ କୂପରେ ପାଣି ପିଇବା ବ୍ୟକ୍ତିଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ

Sunil Chandra Nayak

ଭାବନୀ ପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ 

masiha

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!