ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

 

  ବିଜୟ କୁମାର ଜେନା

 

ବିଶ୍ଵ ପିତା ତୁମେ ଅସୀମ କୃପାରେ

       ପାଳୁଅଛ ଏ ସଂସାର

ଯିଏ ଯେଉଁ କର୍ମ ତହିଁ ଅନୁଯାୟୀ

      ଫଳ ଭୋଗିବାଟା ସାର।

ତୁମେ ଜଗନ୍ନାଥ ମଙ୍ଗଳମୟ ହେ

     ଦୁଃଖହାରୀ ଅଟତୁମେ

କେତେ ଲୀଳା କରି ଭକତ ତାରଣେ

      ବାସ ନୀଳାଚଳ ଧାମେ।

ମହୋଦଧି ତୀର ପଦଧୋଇ ଦିଏ

     ଅହରହ ସେବା କରେ

ପତିତପାବନ ବାନା ଉଡୁଥାଏ

     ବିପରୀତ ପବନରେ।

ତୋ ଶ୍ରୀମନ୍ଦିର ଶୋଭା ପାଇଥାଏ

          ନିତି ଗହଳ ଚହଳ

କେଡାକେ ମଣିମା କେଡାକେ ଗୋସାଇଁ

    ଯାହାପାଇଁ ଯେଉଁବେଳ।

ମୁଁ କିନ୍ତୁ ଡାକୁଛି ପ୍ରତି ମୁହୂର୍ତ୍ତରେ

      ମୋର ହୃଦୟ ମନ୍ଦିରେ

ଆସ ମୋର ସ୍ଵାମୀ କାଳିଆ ସାଆନ୍ତ

       ଥିବା ଯାଏ ସଂସାରରେ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

,ଶାମୁକାସାହି,

ରଣପୁର,

ନୟାଗଡ

Related posts

ମଧୁ ସୁଦନ ମହାପାତ୍ର ଙ୍କ କବିତା ହକ୍, ପାଇଁ

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଓଡିଶା ସାହିତ୍ୟ ଏକେଡ଼େମୀ ଆନୁକୂଲ୍ୟରେ ରାୟଗଡ ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!