ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବନିର୍ବାଚିତ ପୌର ପ୍ରତିନିଧିଙ୍କୁ ସିଟିଜନ ଫୋରମର ସମ୍ବର୍ଦ୍ଧନା

ଜୁନାଗଡ଼ ୧୫/୦୪(ମ ନି ସ) ଜୁନାଗଡ଼ ସହର ସ୍ଥିତ ଆରଏମସି ସଭାଗୃହରେ ସିଟିଜନ ଫୋରମ ପକ୍ଷରୁ ନବନିର୍ବାଚିତ ପୌର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭା ସଂଘର ସଭାପତି ଅଶୋକ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଫୋରମ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଉପାଧ୍ୟକ୍ଷ୍ୟା ହିମାଦ୍ରୀ ନାଏକ ଙ୍କ ସମେତ ସମସ୍ତ କାଉନସିଲର ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ସମ୍ବର୍ଦ୍ଧନା ପରେ ସମସ୍ତ ନିର୍ବାଚିତ ପ୍ରତିନିଧି ମିଳିମିଶି ଜୁନାଗଡର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରିବା ଓ ଏଥିରେ ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ଫୋରମ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା।ଫୋରମ ପକ୍ଷରୁ ସହରର ବିକାଶ ମୂଳକ କାର୍ଯ୍ୟ ପାଇଁ ଏକ ଦାବିପତ୍ର ଦିଆଯାଇଥିଲା।ଏହି ସଭାରେ ଫୋରମ ପକ୍ଷରୁ ସମ୍ପାଦକ ବିଜୟ ବେହେରା, , ସିନିଅର ସିଟିଜନ ଫୋରମର ସଭାପତି ଈଶ୍ୱର ପୁଝରୀ, ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ମାଝୀ,ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ନରେନ୍ଦ୍ର କ୍ଷୀତି , ଅନୀଲ ପଣ୍ଡାଏବଂ ସମସ୍ତ ପାରିଷଦ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁଗଳ ନାଏକ,ଜଗବନ୍ଧୁ ନାଏକ,ମୁରାରୀ ଶର୍ମା, ନବକିଶୋର ବେହେରାଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ସହସମ୍ପଦକ ସନ୍ତୋଷ ସିଂହଦେଓ ଏହାକୁ ପରିଚାଳନା କରିଥିଲେ ଏବଂ କୁବଳେ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ସଭାରେ ନୂତନ କାଉନସିଲ ଜୁନାଗଡ଼ ସହରର ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହୋଇ ଜୁନାଗଡର ବିକାଶ କରିବା ପାଇଁ ବଦ୍ଧ ପରିକର ହେବା ପାଇଁ ସହମତି ପ୍ରକାଶ କରିଥିଲେ।ଆଗାମୀ ଦିନରେ ଜୁନାଗଡ଼ ସହରର ବିକାଶ ପାଇଁ ଏକ ମାଷ୍ଟେର ପ୍ଲାନ ଉପସ୍ଥାପନା କରାଜୀବ ବୋଲି ମତପ୍ରକାଶ ପାଇଥିଲା।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଗୁରୁ ଦିବସ…..

Sunil Chandra Nayak

ବେନଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ବାବା ଭୈରବ ୟୁଥ୍ କ୍ଲବ ତରଫରୁ ସଫା କରାଗଲା ଗଛ ମୁଳର ଘାସ

Sunil Chandra Nayak

Leave a Comment

error: Content is protected !!