ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାରରେ ଓଡିଆ ନବବର୍ଷ ଓ ବିଷୁବ ମିଳନ ଆୟୋଜିତ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଓଡିଆ ନବବର୍ଷ ଓ ବିଷୁବ ମିଳନ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଙ୍କ ଆବାହକତ୍ବ ତଥା ଅନିଲ କୁମାର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଓଡିଶାର ଏହି ଗରିମାମୟ ଐତିହ୍ୟ ଉପରେ ବକ୍ତବ୍ଯ ରଖିଥିଲେ। ମୁଖ୍ୟଅତିଥି ଡଃ ମହାପାତ୍ର ନିଜ ବକ୍ତବ୍ଯରେ କହିଲେ ଯେ ଭାରତର ସମ୍ବିଧାନ ଆମେ ରୁ ଆରମ୍ଭ। ସାହିତ୍ୟ ପ୍ରତି ରୂଚି ହେଉ ବା ଦେଶ ଗଠନରେ ସମସ୍ତେ ସାମିଲ୍ ହେବାକୁ ସେ ଆହ୍ୱାନ ଦେଇଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀ ତରାଇ କହିଲେ ଯେ ମଣିଷର ସୃଷ୍ଟି ସାହିତ୍ୟରୁ ହୋଇଛି। ସାହିତ୍ୟକୁ ଛାଡି ମଣିଷ ବଞ୍ଚି ପାରିବ ନାହିଁ। ମଣିଷ ଯଦି କାନ୍ଦେ ତାହା ମଧ୍ୟ ସାହିତ୍ୟ। ପ୍ରକୃତିର ଅନ୍ୟନାମ ସାହିତ୍ୟ। ସାହିତ୍ୟର ମୃତ୍ୟୁ ନାହିଁ। ସଭାପତି ଶ୍ରୀ ଦାସ ସଭାପତିତ୍ବ ଅଭିଭାଷଣ ସହ ଅନୁଷ୍ଠାନର ଇତିହାସ ଓ ଆଗାମୀ ଦିନର ଆହ୍ବାନ ସଂପର୍କରେ ବକ୍ତବ୍ଯ ରଖିଥିଲେ। ସାଧାରଣ ସଂପାଦକ ଶ୍ରୀ ଖୁଣ୍ଟିଆ ସଂପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାର ବରିଷ୍ଠ କବି ସୁଧାଂଶୁ ଅଶୋକଙ୍କୁ ବିଷୁବ ସମ୍ମାନ ୨୦୨୨ରେ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ କବି ନିତ୍ୟାନନ୍ଦ ନାୟକଙ୍କ ପୁସ୍ତକ ” କବିର କଳ୍ପଲୋକ”କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ପୂର୍ବରୁ ଅନୁଷ୍ଠାନ ତରଫରୁ ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ଡଃ ଜୟନ୍ତୀ ଦାଶ,ଅଙ୍ଗୁରବାଳା ପରିଡା, ପ୍ରଣତୀ ବେହେରା ଓ ଅଶୋକ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, କନକଲତା ମିଶ୍ର, ନିରୁପମା ପତି, ଗୋଲକ ବିହାରୀ ବେହେରା,ସୁଧାଂଶୁ ଅଶୋକ, ମୀନକେତନ ପଶାୟତ, ଡଃ ଦୀପ୍ତିମୟୀ ବେହେରା, ରଶ୍ମି ସାହୁ, ବଳରାମ ରାଉଳ,ବ୍ରଜେନ୍ଦ୍ର ଦାଶ,ଡଃ କୃପାସିନ୍ଧୁ ନାୟକ, ତ୍ରିନାଥା ସିଂହ, ଡଃ ସୁମନ ଦତ୍ତ, ନିତ୍ୟାନନ୍ଦ ନାୟକ ଓ ସଂଯୋଜିକା ସଂଯୋଜକ କବିତା ପାଠ କରିଥିଲେ । ଶେଷରେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋପୀନାଥ ପଟ୍ଟନାୟକ, ଅଶୋକ ବଳ,ବାଉରୀବଂଧୁ ସାହୁ,ଡା.ବସନ୍ତ ଦାସ, ଟୁକୁଲା ପାଢୀ,ମନୋଜ ପଣ୍ଡା, ରଘୁନନ୍ଦନ ପାଢୀ, ବିଭୁତି ଭୂଷଣ ବିଶ୍ବାଳ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କବିତା ସାହୁ ଙ୍କ କବିତା   ଲକ୍ଷ୍ମୀ କୃପାବାରୀ ପଡୁଥିବ ଝରି

Sunil Chandra Nayak

ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ 

Sunil Chandra Nayak

ଜଳ ଜୀବନ ମିଶନର ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!