ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାରରେ ଓଡିଆ ନବବର୍ଷ ଓ ବିଷୁବ ମିଳନ ଆୟୋଜିତ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଓଡିଆ ନବବର୍ଷ ଓ ବିଷୁବ ମିଳନ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଙ୍କ ଆବାହକତ୍ବ ତଥା ଅନିଲ କୁମାର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଓଡିଶାର ଏହି ଗରିମାମୟ ଐତିହ୍ୟ ଉପରେ ବକ୍ତବ୍ଯ ରଖିଥିଲେ। ମୁଖ୍ୟଅତିଥି ଡଃ ମହାପାତ୍ର ନିଜ ବକ୍ତବ୍ଯରେ କହିଲେ ଯେ ଭାରତର ସମ୍ବିଧାନ ଆମେ ରୁ ଆରମ୍ଭ। ସାହିତ୍ୟ ପ୍ରତି ରୂଚି ହେଉ ବା ଦେଶ ଗଠନରେ ସମସ୍ତେ ସାମିଲ୍ ହେବାକୁ ସେ ଆହ୍ୱାନ ଦେଇଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀ ତରାଇ କହିଲେ ଯେ ମଣିଷର ସୃଷ୍ଟି ସାହିତ୍ୟରୁ ହୋଇଛି। ସାହିତ୍ୟକୁ ଛାଡି ମଣିଷ ବଞ୍ଚି ପାରିବ ନାହିଁ। ମଣିଷ ଯଦି କାନ୍ଦେ ତାହା ମଧ୍ୟ ସାହିତ୍ୟ। ପ୍ରକୃତିର ଅନ୍ୟନାମ ସାହିତ୍ୟ। ସାହିତ୍ୟର ମୃତ୍ୟୁ ନାହିଁ। ସଭାପତି ଶ୍ରୀ ଦାସ ସଭାପତିତ୍ବ ଅଭିଭାଷଣ ସହ ଅନୁଷ୍ଠାନର ଇତିହାସ ଓ ଆଗାମୀ ଦିନର ଆହ୍ବାନ ସଂପର୍କରେ ବକ୍ତବ୍ଯ ରଖିଥିଲେ। ସାଧାରଣ ସଂପାଦକ ଶ୍ରୀ ଖୁଣ୍ଟିଆ ସଂପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାର ବରିଷ୍ଠ କବି ସୁଧାଂଶୁ ଅଶୋକଙ୍କୁ ବିଷୁବ ସମ୍ମାନ ୨୦୨୨ରେ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ କବି ନିତ୍ୟାନନ୍ଦ ନାୟକଙ୍କ ପୁସ୍ତକ ” କବିର କଳ୍ପଲୋକ”କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ପୂର୍ବରୁ ଅନୁଷ୍ଠାନ ତରଫରୁ ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ଡଃ ଜୟନ୍ତୀ ଦାଶ,ଅଙ୍ଗୁରବାଳା ପରିଡା, ପ୍ରଣତୀ ବେହେରା ଓ ଅଶୋକ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, କନକଲତା ମିଶ୍ର, ନିରୁପମା ପତି, ଗୋଲକ ବିହାରୀ ବେହେରା,ସୁଧାଂଶୁ ଅଶୋକ, ମୀନକେତନ ପଶାୟତ, ଡଃ ଦୀପ୍ତିମୟୀ ବେହେରା, ରଶ୍ମି ସାହୁ, ବଳରାମ ରାଉଳ,ବ୍ରଜେନ୍ଦ୍ର ଦାଶ,ଡଃ କୃପାସିନ୍ଧୁ ନାୟକ, ତ୍ରିନାଥା ସିଂହ, ଡଃ ସୁମନ ଦତ୍ତ, ନିତ୍ୟାନନ୍ଦ ନାୟକ ଓ ସଂଯୋଜିକା ସଂଯୋଜକ କବିତା ପାଠ କରିଥିଲେ । ଶେଷରେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋପୀନାଥ ପଟ୍ଟନାୟକ, ଅଶୋକ ବଳ,ବାଉରୀବଂଧୁ ସାହୁ,ଡା.ବସନ୍ତ ଦାସ, ଟୁକୁଲା ପାଢୀ,ମନୋଜ ପଣ୍ଡା, ରଘୁନନ୍ଦନ ପାଢୀ, ବିଭୁତି ଭୂଷଣ ବିଶ୍ବାଳ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କାମାକ୍ଷାନଗର ପ୍ରସାଶନ ଓ ମିଳିତ ପୂଜା କମିଟି ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ , ଭସାଣି ଉତ୍ସବରେ ଡିଜେକୁ ସମ୍ପୁଣ୍ଣ ବାରଣ ନିସ୍ପତି

Sunil Chandra Nayak

ମା ଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ

Sunil Chandra Nayak

ଜନମଙ୍ଗଳ, ରାସୋଳ ତରଫରୁ ଦୁଇକେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ଅନୁରୋଧ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort