ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

ଗୋଳାମୁଣ୍ଡା/ମସିହା/୨୯/୪/ ଓଡ଼ିଶାର ଶିକ୍ଷା ବିଭାଗ ବିଜ୍ଞାପିତ ଅନୁଯାୟୀ ଆଜିଠାରୁ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ମଧ୍ୟ ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଗୋଳାମୁଣ୍ଡା ବ୍ଲକରେ ୨୬ ଗୋଟି ହାଇ ସ୍କୁଲ ଥିବାବେଳେ ୧୩ ଗୋଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ଗୋଟିଏ କେନ୍ଦ୍ରରେ ଦୁଇଟି ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ବୋର୍ଡ ତରଫରୁ ଧାର୍ଯ୍ୟ କରାଯାଇଛି । କୋଭିଡ କଟକଣାର ଚତୁର୍ଥ ଲହରକୁ ଦୃଷ୍ଟିରେ ରଖି ଓଡିଶା ସରକାର ନିଜ ସ୍କୁଲର ଛାତ୍ରଛାତ୍ରୀ ନିଜ କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରିଥିବା ବେଳେ ଶିକ୍ଷକମାନଙ୍କୁ ଅଦଲବଦଲ କରିଥିବା ଜଣାପଡ଼ିଛି । ୧୩ଟି ପରୀକ୍ଷା କେନ୍ଦ୍ରରେ ୨୨୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲବଣି ନାଏକଙ୍କ ଠାରୁ ପ୍ରକାଶ ପାଇଛି ।ସେହି ୧୩ଗୋଟି ହାଇସ୍କୁଲ ହେଲା, ଗୋଳାମୁଣ୍ଡା, ମାନଝରି, ଚପରିଆ, କେଗାଁ, ମହାଳିଙ୍ଗ, ଉଛଲା, ବଡ଼ଚେରଗାଁ, ରଙ୍ଗସାପଲି, ଫରଙ୍ଗ, ଦଶପୁର, ଚିଚିଆ, ବୃନ୍ଦାବାହଲ, ଶଶିଆ ହାଇସ୍କୁଲରେ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ହୋଇଛି ବୋଲି ଅତିରିକ୍ତ ଶିକ୍ଷା ଅଧିକାରୀ ଲବଣି ନାଇକ ପକ୍ଷରୁସୂଚନା ଦେଇଥିଲେ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ସଫଳ ଦୁଇ ମହିଳା ଚାଷୀ

Sunil Chandra Nayak

ସାରା ଦେଶରେ ହେନ୍ତାଳବନ ସୃଷ୍ଟି କରିବାରେ ଓଡ଼ିଶା ଆଗରେ’-ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!