ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦ ର ମିଳିତ ଆନୁକୂଲ୍ୟରେ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ

ରାଉରକେଲା/ ଉତ୍କଳ ସମ୍ମିଳନୀ ଚାଇବସା ଶାଖା ଓ ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଚାଇବସାଠାରେ ମଧୁବାବୁଙ୍କ ୧୭୪ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏଥିରେ ଉଭୟ ସଂସ୍ଥାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାପୂର୍ବକ ପୁଷ୍ପପ୍ରଦାନ କରିଥିଲେ । ମଧୁବାବୁଙ୍କ ପ୍ରତିଚିତ୍ର ସମ୍ମୁଖରେ ପାରମ୍ପରିକ ହିନ୍ଦୁ ରୀତିରେ ଦୀପ, ଧୂପ ସହ ସେହି ଅମ୍ଲାନ ବ୍ୟକ୍ତିତ୍ୱର ସ୍ମରଣ କରାଯାଇଥିଲା । ଏହାପରେ ମଧୁବାବୁଙ୍କ ବିଚାରଧାରା କିଭଳି ସମାଜରେ ପରିବର୍ତ୍ତନ ଆଣିପାରିବ ସେହି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ମଧୁବାବୁଙ୍କ ସ୍ୱପ୍ନକୁ କିଭଳି ସାକାର ରୂପ ଦିଆଯାଇପାରିବ ସେ ସମ୍ବନ୍ଧରେ ଅନେକେ ନିଜ ନିଜର ବିଚାରଧାରାକୁ ସ୍ପଷ୍ଟ କରିଥିଲେ । ପ୍ରକାଶ ଥାଉକି ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦ ସମ୍ପୂର୍ଣ ରୂପେ ମଧୁବାବୁଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ନେଇ କାମ କରୁଅଛି । ଏହି ସଂସ୍ଥାର ମୂଳ ଲକ୍ଷ୍ୟ ବ୍ୟକ୍ତିତ୍ୱର ସାମଗ୍ରୀକ ବିକାଶ ଥିଲେହେଁ ଆର୍ଥିକ ସ୍ୱଚ୍ଛଳତା ପ୍ରାପ୍ତି ଉପରେ ଏହାର ପ୍ରାଥମିକତା ରହିଛି ।ଅନୁଷ୍ଠାନର ପ୍ରତିଷ୍ଠାତା ରୋହିତ କୁମାର ଦ୍ୱିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାପତି ସୁଶାନ୍ତ କୁମାର ମହାରଣା ସଂଗଠନର ଭବିଷ୍ୟତ ସଂପର୍କ ରେ ଆଲୋକପାତ କରିଥିଲେ । କାର୍ଯ୍ଯକାରୀ କମିଟିର ସଦସ୍ଯ ଜୟନ୍ତ କୁମାର ଆଖଡା (ଦାସ) ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ତିନୋଟି ଅନଥା ଶିଶୁଙ୍କୁ ଉଦ୍ଧାର , ଲୁହ ଭରା ଆଖିରେ ବିଦାୟ ଦେଲେ ଗ୍ରାମବାସୀ 

Sunil Chandra Nayak

ନିଲାମ ନମିଳିବାରୁ ପୋଖରୀରେ ପକାଇଲେ ବିଷ

ନଗାରୀ ଗ୍ରାମ ରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!