ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ମା ହୋଇଲେ ସାହା

ମା ହୋଇଲେ ସାହା

 

ପୁରୁବ ଆକାଶୁ ଆସନ୍ତି ସବିତା ଶାନ୍ତିର ବାରତା ନେଇ

ଘଟଗାଁ ପିଠ ହସି ଉଠୁଅଛି ବସିଛି କରୁଣା ମୟୀ।

 

ଅତି ମନଲୋଭା କେନ୍ଦୁଝର ଶୋଭା ବଢ଼ାଇ ଯାହାର ପାଇଁ

ସେହି ମା ଯଦି ସାହା ହୋଇ ଥିବ ସାତ ସିନ୍ଧୁ ଯିବି ଡେଇଁ।

 

ନାଲି ମୁଖ ଦିଶେ ସୁଶୋଭିତ ଗଳାରେ ମନ୍ଦାର ମାଳ

ମାଟି ଘୋଡା ଚଢି ଜଗତ ବୁଲଇ ନିତି ଲୋଡା ଶ୍ରୀଫଳ।

 

ଶାଳ ଗଛ ମୂଳେ ବସିଅଛି ମାଆ ଦେଖିବ ତାର ଭକତ

ମା ତାରିଣୀ ମୋ ସାହା ହୋଇ ଥିଲେ

ଦୂର ହେବ ମୋର କଷ୍ଟ।

 

ତୁହି ମା ମଙ୍ଗଳା ତୁହି ମା ଶାରଳା ତୁହି ମା ଅଟୁ ବିରଜା

ତୁ କରୁଣା ମୟୀ ଜଗତଜନନୀ ଉଡେ ତୋ କିରତି ଧ୍ବଜା।

 

ଜନରଞ୍ଜନ ପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

କବିତା ସାହୁ ଙ୍କ କବିତା କାର୍ତ୍ତିକ ବ୍ରତ

Sunil Chandra Nayak

ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବରେ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କୁ ପ୍ରତିଭା ସମ୍ମାନ

Sunil Chandra Nayak

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!