ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ମାଦକତା

ମାଦକତା 

ଚିତ୍ତ ରଞ୍ଜନ ଦେହୁରୀ

ପାଦ ତଳେ ଅଜାଡି ଦିଅ
ଯେତେ ସବୁ ଧନ ଦୌଲତ
ତଥାପି ପାରିବିନି ଭୁଲି 
ଯେତେ ଯାହା ହେଉ 
ଯେତେ ଝଞ୍ଜା ବହୁ
ଥରେ ମଥା ଛୁଇଁ
କଥା ଦେଇଥିଲି । 
ତୋ ଆଖିର ଲାଜୁଆ ଚାହାଣି
ପ୍ରେମର ମାଦକତା ଭରି 
ଦେଇଛି ମାତାଲ କରି  
ପିଆଲାରେ ଭରୁ ଭରୁ
ଓଠରେ ଲାଗିବା ପୂର୍ବରୁ
କେମିତି ଯେ ଯାଏ ସରି 
ବୁଝିବା କଷ୍ଟକର ଭାରି ।। 
ମୁଁ ଯେମିତି ଛଟପଟ ହୁଏ
ତୁମେ ହୁଅକି ନାହିଁ 
ମୁଁ ତ କେବେ ପଚାରି ନାହିଁ
ଭଲ ପାଅ କି ନପାଅ 
କିବା ଛଳନା ରେ 
ମୋତେ ଚିଗୁଲେଇ ଦିଅ
ମୋ ମୁହଁକୁ ଚାହିଁ ।। 
ପିଆଲାର ଟିଣ୍ ଟାଣ୍ ଶବ୍ଦ
କରି ପାରେନି ପ୍ରକୃତିସ୍ଥ
ତୁମ କଥା ଯେବେ ଭାବେ  
ଯେତେ ଯେତେ ଯୋରରେ
ଯେବେ କିଏ ପଛରୁ ଡାକେ 
ବିଚଳିତ ନହୋଇ କ୍ଷଣେ ଅବା ଲବେ ।। 
ଭଲ ମୁଁ ପାଉଛି 
ଭଲ ପାଉଥିବି
ଜୀବ ଯିବା ଯାଏ ମୋର 
ଛାତିକୁ ତୁମର କୋମଳ କର
କିବା ମାଦକତା ର ବାହାନା କରି
ମନକୁ ତୁମର କରିଦିଅ ପଥର ।। 

     

    ଅନୁଗୋଳ

Related posts

ବିଷାକ୍ତ ମହୁଲଫାସ ଖାଇ ଗାଈ ଗୋରୁ ରୁଗ୍ଣ , ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

ଲାନକୋ ଚିମିନିକୁ ନେଇ ଗ୍ରାମବାସୀ ଆତଙ୍କିତ: ଭାଙ୍ଗିବା ପୂର୍ବରୁ କ୍ଷତିପୂରଣ ଦାବୀ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପ୍ରୀତିମୟ ଜୀବଧାରା

Sunil Chandra Nayak

Leave a Comment

error: Content is protected !!