ମାଦକତା
ଚିତ୍ତ ରଞ୍ଜନ ଦେହୁରୀ
ପାଦ ତଳେ ଅଜାଡି ଦିଅ
ଯେତେ ସବୁ ଧନ ଦୌଲତ
ତଥାପି ପାରିବିନି ଭୁଲି
ଯେତେ ଯାହା ହେଉ
ଯେତେ ଝଞ୍ଜା ବହୁ
ଥରେ ମଥା ଛୁଇଁ
କଥା ଦେଇଥିଲି ।
ତୋ ଆଖିର ଲାଜୁଆ ଚାହାଣି
ପ୍ରେମର ମାଦକତା ଭରି
ଦେଇଛି ମାତାଲ କରି
ପିଆଲାରେ ଭରୁ ଭରୁ
ଓଠରେ ଲାଗିବା ପୂର୍ବରୁ
କେମିତି ଯେ ଯାଏ ସରି
ବୁଝିବା କଷ୍ଟକର ଭାରି ।।
ମୁଁ ଯେମିତି ଛଟପଟ ହୁଏ
ତୁମେ ହୁଅକି ନାହିଁ
ମୁଁ ତ କେବେ ପଚାରି ନାହିଁ
ଭଲ ପାଅ କି ନପାଅ
କିବା ଛଳନା ରେ
ମୋତେ ଚିଗୁଲେଇ ଦିଅ
ମୋ ମୁହଁକୁ ଚାହିଁ ।।
ପିଆଲାର ଟିଣ୍ ଟାଣ୍ ଶବ୍ଦ
କରି ପାରେନି ପ୍ରକୃତିସ୍ଥ
ତୁମ କଥା ଯେବେ ଭାବେ
ଯେତେ ଯେତେ ଯୋରରେ
ଯେବେ କିଏ ପଛରୁ ଡାକେ
ବିଚଳିତ ନହୋଇ କ୍ଷଣେ ଅବା ଲବେ ।।
ଭଲ ମୁଁ ପାଉଛି
ଭଲ ପାଉଥିବି
ଜୀବ ଯିବା ଯାଏ ମୋର
ଛାତିକୁ ତୁମର କୋମଳ କର
କିବା ମାଦକତା ର ବାହାନା କରି
ମନକୁ ତୁମର କରିଦିଅ ପଥର ।।
ଅନୁଗୋଳ