ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଚୁରା ବ୍ୟବସାୟ ର ପ୍ରତ୍ୟକ୍ଷ ଅନୁଭବ ପାଇଁ ସ୍ମାର୍ଟ ଷ୍ଟୋର ରେ ଛାତ୍ର ଛାତ୍ରୀ

ନିକଟ ରୁ ଦେଖିଲେ ସେଲ୍ସ ମ୍ୟାନ ସିପ

ଧର୍ମଗଡ:୧୬/୯/୨୨:  ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରତକ୍ଷ ଜ୍ଞାନ ଆହରଣ ପାଇଁ ବିଭିନ୍ନ ସମୟ ରେ ଷ୍ଟଡି ଟୁର କରୁଥିବା ବେଳେ । ଏବେ ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଏଭଳି ଅନୁଭବ ଆଣି ଦେଇଛନ୍ତି ଏ.ପି.ଦାସ ହାଇସ୍କୁଲ କତୃପକ୍ଷ । ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲା ସ୍ଥିତ ଅନନ୍ତ ପ୍ରସାଦ ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀ ରେ ଖୁଚୁରା ବ୍ୟବସାୟ କୁ ତୃତୀୟ ଭାଷା ରୂପେ ଚୟନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଖୁଚୁରା ବ୍ୟବସାୟ ର ପ୍ରତ୍ୟକ୍ଷ ଅନୁଭବ ଦେବା ପାଇଁ ଛାତ୍ର ଛାତ୍ରୀ ଙ୍କ ଏକ ଷ୍ଟଡି ଟୁର ଅନୁଷ୍ଠିତ ହୋଇ ଯାଇଛି । ଛାତ୍ର ଛାତ୍ରୀ ମାନେ ଧର୍ମଗଡ ସ୍ଥିତ ରିଲାଏନ୍ସ ସ୍ମାର୍ଟ ପଏଣ୍ଟ କୁ ପରିଦର୍ଶନରେ ଯାଇ ବିଦ୍ୟାର୍ଥୀ ମାନେ ସେଲସ୍ ମ୍ୟାନ ସିପ ଓ କିପରି ଭାବରେ ଖୁଚୁରା ବ୍ୟବସାୟ କରା ଯାଏ ସେ ବିଷୟରେ ଅନୁଧ୍ୟାନ କରିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ମନୋରମା ତ୍ରିପାଠୀ, ବିଜ୍ଞାନ ଶିକ୍ଷକ ତେଜେଶ୍ୱର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧ।ନରେ ଧନ୍ଦାମୂଳକ ଶିକ୍ଷକ ସୋମନାଥ ମିଶ୍ର ଓ ଲକ୍ଷ୍ମୀକାନ୍ତ ମେହେର ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ l ଯଦି ଓ ଏହି ଷ୍ଟଡି ଟୁର ଟି ସଂକ୍ଷିପ୍ତ ଥିଲା ତଥାପି ଏହାକୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବେଶ ଉତ୍ସାହ ପରିଲକ୍ଷିତ ହୋଇ ଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

ରାଇରଙ୍ଗପୁର ଉପକାରାଗାରରେ ଆର୍ଟ ଅଫ୍ ଲିଭିଂ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!