ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

ରାଉରକେଲା/ ପ୍ରାକ୍ତନ ଆରଇସି ବା ବର୍ତ୍ତମାନର ଏନଆଇଟି ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ନେଇ ଗଠିତ ହୋଇଥିବା ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି । ନିଟ୍ରା ରାଉରକେଲା ଚାପ୍ଟର ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଅନୁପ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି,ଏନଆଇଟି ର ନିର୍ଦ୍ଦେଶକ ତଥା ନିଟ୍ରାର ପୃଷ୍ଟପୋଷକ କେ ଉମାଶଙ୍କର ରାଓ ସମ୍ମାନିତ ଅତିଥି ଓ ନିଟ୍ରା ର ସଭାପତି ଇଂ ଅଶୋକ ବାସା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇଂଞ୍ଜିନିୟରସ ଦିବସ ପାଳନର ଆବଶ୍ୟକତା ଓ ଭାରତରତ୍ନ ଇଂ ମୋକ୍ଷଗୁନ୍ଦମ ବିଶ୍ବାସରାୟଙ୍କ ଜୀବନୀ ତଥା ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଭୌମିକ ନିଜ ବକ୍ତବ୍ଯ ରେ କହିଲେ ଯେ ଭାରତରତ୍ନ ଏମ ବିଶ୍ବାସରାୟଙ୍କ ଜୟନ୍ତୀ କୁ ଆମେ ଇଂଞ୍ଜିନିୟରସ ଦିବସ ରୂପେ ପାଳନ କରିଆସୁଛୁ । ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଆମେ କିପରି ସଫଳତା ପାଇ ପାରିବା ତାହା ଯୁବ ଇଂଞ୍ଜିନିୟରସ ଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି । ସେଥିପାଇଁ ଯୁବ ଇଂଞ୍ଜିନିୟରସ ମାନେ ପ୍ରୟାସ କରନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଓ ଓ ଶ୍ରୀ ବାସା ଭାରତରତ୍ନ ଇଂ ବିଶ୍ବାସରାୟଙ୍କ ଜୀବନୀ ଓ ଆଦର୍ଶ ତଥା ଯୁବପିଢିଙ୍କ ଆହ୍ବାନ ସଂପର୍କରେ ବକ୍ତବ୍ଯ ରଖିଥିଲେ । ପ୍ରାରମ୍ଭରେ ନିଟ୍ରା ର ଅଧ୍ୟକ୍ଷ ଇଂ ବିଶି ସ୍ବାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ସେ କହିଲେ ଯେ ଇଂ ବିଶ୍ବାସରାୟଙ୍କ ଭଳି ଇଂଞ୍ଜିନିୟର ଆଉ ବାହାରୁ ନାହାଁନ୍ତି । ସେଥିପାଇଁ କଠୋର ଅଧ୍ୟୟନ ସହ ଆତ୍ମସମୀକ୍ଷା ର ବେଳ ପହଞ୍ଚିଛି। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ବପ୍ନିଲ ଦାସ ଓ ତନ୍ମୟ , ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆର୍ଯ୍ୟନ ନାଗରାଜ ଓ ଅଶୋକ ଚକ୍ରବର୍ତ୍ତୀ, ଦ୍ୱିତୀୟ ରନର୍ସ ଅପ ଦିବ୍ୟାଶୁଂ ମହାନ୍ତି ଓ ଦିବ୍ୟଜ୍ୟୋତି ତରାଇ ଙ୍କୁ ସମ୍ମାନିତ ଅତିଥି ଶ୍ରୀ ରାଓ ତଥା ଜାତୀୟ ସ୍ତରରେ ତୃତୀୟ ରନର୍ସ ଅପ ସିଦ୍ଧାର୍ଥ ରାୟ ଓ କ୍ରୀଷ୍ଣା ଆଦିତ୍ଯ ମହାନ୍ତି ଙ୍କୁ ମୁଖ୍ୟ ଅତିଥି ଶ୍ରୀ ଭୌମିକ ପୁରସ୍କୃତ କରିଥିଲେ । ସପନ ମିଶ୍ର କୁଇଜ ମାଷ୍ଟର ଭାବେ ଓ ଇଂ ଅଜିତ ପୂଜାରୀ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆସନ୍ତା ଡିସେମ୍ବର ୨୮,୨୯ ଓ ୩୦ ତାରିଖରେ ଏନଆଇଟି ଓ ନିଟ୍ରାର ମିଳିତ ସହଯୋଗରେ ଡାଏମଣ୍ଡ ଜୁବୁଲି ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ଶେଷରେ ରାହୁଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ଭୂଷଣ ମହାନ୍ତି, ଫକୀର ଚରଣ ମହାନ୍ତି, ବିମଳ ସାଦୁଆଲ, ବିନୟ ମହାନ୍ତି,କୁମାର ବେହେରା, ଭବାନୀ ପାଢୀ, ପ୍ରଫେସର ହୃଶି ନାୟକ,ପ୍ରଫେସର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଆଶ୍ୱିନ ଆସିଛି

Sunil Chandra Nayak

ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅ

Sunil Chandra Nayak

Leave a Comment

error: Content is protected !!