ରାଉରକେଲା/ ପ୍ରାକ୍ତନ ଆରଇସି ବା ବର୍ତ୍ତମାନର ଏନଆଇଟି ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ନେଇ ଗଠିତ ହୋଇଥିବା ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି । ନିଟ୍ରା ରାଉରକେଲା ଚାପ୍ଟର ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଅନୁପ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି,ଏନଆଇଟି ର ନିର୍ଦ୍ଦେଶକ ତଥା ନିଟ୍ରାର ପୃଷ୍ଟପୋଷକ କେ ଉମାଶଙ୍କର ରାଓ ସମ୍ମାନିତ ଅତିଥି ଓ ନିଟ୍ରା ର ସଭାପତି ଇଂ ଅଶୋକ ବାସା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇଂଞ୍ଜିନିୟରସ ଦିବସ ପାଳନର ଆବଶ୍ୟକତା ଓ ଭାରତରତ୍ନ ଇଂ ମୋକ୍ଷଗୁନ୍ଦମ ବିଶ୍ବାସରାୟଙ୍କ ଜୀବନୀ ତଥା ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଭୌମିକ ନିଜ ବକ୍ତବ୍ଯ ରେ କହିଲେ ଯେ ଭାରତରତ୍ନ ଏମ ବିଶ୍ବାସରାୟଙ୍କ ଜୟନ୍ତୀ କୁ ଆମେ ଇଂଞ୍ଜିନିୟରସ ଦିବସ ରୂପେ ପାଳନ କରିଆସୁଛୁ । ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଆମେ କିପରି ସଫଳତା ପାଇ ପାରିବା ତାହା ଯୁବ ଇଂଞ୍ଜିନିୟରସ ଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି । ସେଥିପାଇଁ ଯୁବ ଇଂଞ୍ଜିନିୟରସ ମାନେ ପ୍ରୟାସ କରନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଓ ଓ ଶ୍ରୀ ବାସା ଭାରତରତ୍ନ ଇଂ ବିଶ୍ବାସରାୟଙ୍କ ଜୀବନୀ ଓ ଆଦର୍ଶ ତଥା ଯୁବପିଢିଙ୍କ ଆହ୍ବାନ ସଂପର୍କରେ ବକ୍ତବ୍ଯ ରଖିଥିଲେ । ପ୍ରାରମ୍ଭରେ ନିଟ୍ରା ର ଅଧ୍ୟକ୍ଷ ଇଂ ବିଶି ସ୍ବାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ସେ କହିଲେ ଯେ ଇଂ ବିଶ୍ବାସରାୟଙ୍କ ଭଳି ଇଂଞ୍ଜିନିୟର ଆଉ ବାହାରୁ ନାହାଁନ୍ତି । ସେଥିପାଇଁ କଠୋର ଅଧ୍ୟୟନ ସହ ଆତ୍ମସମୀକ୍ଷା ର ବେଳ ପହଞ୍ଚିଛି। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ବପ୍ନିଲ ଦାସ ଓ ତନ୍ମୟ , ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆର୍ଯ୍ୟନ ନାଗରାଜ ଓ ଅଶୋକ ଚକ୍ରବର୍ତ୍ତୀ, ଦ୍ୱିତୀୟ ରନର୍ସ ଅପ ଦିବ୍ୟାଶୁଂ ମହାନ୍ତି ଓ ଦିବ୍ୟଜ୍ୟୋତି ତରାଇ ଙ୍କୁ ସମ୍ମାନିତ ଅତିଥି ଶ୍ରୀ ରାଓ ତଥା ଜାତୀୟ ସ୍ତରରେ ତୃତୀୟ ରନର୍ସ ଅପ ସିଦ୍ଧାର୍ଥ ରାୟ ଓ କ୍ରୀଷ୍ଣା ଆଦିତ୍ଯ ମହାନ୍ତି ଙ୍କୁ ମୁଖ୍ୟ ଅତିଥି ଶ୍ରୀ ଭୌମିକ ପୁରସ୍କୃତ କରିଥିଲେ । ସପନ ମିଶ୍ର କୁଇଜ ମାଷ୍ଟର ଭାବେ ଓ ଇଂ ଅଜିତ ପୂଜାରୀ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆସନ୍ତା ଡିସେମ୍ବର ୨୮,୨୯ ଓ ୩୦ ତାରିଖରେ ଏନଆଇଟି ଓ ନିଟ୍ରାର ମିଳିତ ସହଯୋଗରେ ଡାଏମଣ୍ଡ ଜୁବୁଲି ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ଶେଷରେ ରାହୁଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ଭୂଷଣ ମହାନ୍ତି, ଫକୀର ଚରଣ ମହାନ୍ତି, ବିମଳ ସାଦୁଆଲ, ବିନୟ ମହାନ୍ତି,କୁମାର ବେହେରା, ଭବାନୀ ପାଢୀ, ପ୍ରଫେସର ହୃଶି ନାୟକ,ପ୍ରଫେସର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ