ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହର ଙ୍କୁ ସମ୍ବର୍ଦ୍ଧନା , ପବ୍ଲିକ ସ୍କୁଲ ପରିସରରେ ବୃକ୍ଷ ରୋପଣ 

ଫୁଲବାଣୀ -: ବିଜେଡି ସୁପ୍ରିମ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦକ୍ଷ ସଙ୍ଗଠିକା ,ନିଷ୍ଠା ଓ ଆନ୍ତରିକତା ର ସହ ବିଜୁଜନତା ପାଇଁ କାର୍ଯ୍ୟ କରି ଆସୁଥିବା ଯୋଗୁଁ ପୁନଃର୍ବାର ପୁନମ କହଁର ଙ୍କ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟ କରି କନ୍ଧମାଳ ଜିଲ୍ଲାର ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଭାବେ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଏଥି ନିମନ୍ତେ ବିଜୁଜନତା ଦଳ ସମସ୍ତ କର୍ମକର୍ତ୍ତା ମଧ୍ୟରେ ଖୁସି ଲହରୀ ଖେଳିଯାଇଛି। ବିଜୁଜନତା ଦଳର ସମସ୍ତ କର୍ମକର୍ତ୍ତା ଓ କର୍ମୀ ସମୂହ ଆଜି ପୁନଃର୍ବାର ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାନେତ୍ରୀ ଭାବେ ଘୋଷିତ ହୋଇଥିବା ପୁନମ କଁହର ଙ୍କୁ ଫୁଲବାଣୀ ସହର ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କର ପ୍ରତିମୂର୍ତ୍ତି ରେ ସମସ୍ତ କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜୁ ମହିଳା ଜନତାଦଳ ସଭାନେତ୍ରୀ ପୁନମ କଁହର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ଥିବା ବେଳେ ରାଜ୍ୟ ବିଜୁ ମହିଳା ସଭା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ବିଜେଡି ସାଙ୍ଗଠନିକ ପ୍ରଣବ ପ୍ରକାଶ ଦାସ,କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର,ସହ ପର୍ଯ୍ୟବେକ୍ଷକ କିଶ୍ୱର ମେହେର,ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ,ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ବାଲିଗୁଡା ବିଧାୟକ ଚକ୍ରମଣି କଁହର,ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ଚରଣ ମଲ୍ଲିକ ସମେତ ଙ୍କୁ କୃତଜ୍ଞତା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଅଙ୍ଗଦ କଁହର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲା ପରିଷଦ ଉପ ଅଧ୍ୟକ୍ଷା ସାଧାବାଣୀ ବେହେରା, ଜିଲ୍ଲା ବିଜୁ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ସହ ପର୍ଯ୍ୟବେକ୍ଷକ କିଶ୍ୱର ମେହେର, ଜିଲ୍ଲା ବିଜୁଜନତା ସାଧାରଣ ସମ୍ପାଦକ କମଳ ବେହେରା,ଜିଲ୍ଲା ବିଜୁଛାତ୍ର ଜନତା ଦଳ ସଭାପତି ସୁନିଲ ସେଠୀ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଦାରୁଣ ବେହେରା, ନଗର ସଭାପତି ସୁଧୀର କଁହର,ନଗର ବିଜୁ ଯୁବ ସଭାପତି ପାର୍ଥ ସାରଥୀ ବିଶ୍ୱାଳ,ଉପ ସଭାପତି ରବିନ୍ଦ୍ର ଷଡଙ୍ଗୀ, ନଗର ଛାତ୍ର ଉପ ସଭାପତି ସନ୍ଧିପ ମହାନ୍ତି,ବିଷ୍ଣୁ ଚରଣ ବେହେରା, ରାମକୃଷ୍ଣ କଁହର,ଜିଲ୍ଲା ମହିଳା ଡିଜିଟାଲ ସମ୍ପାଦିକା ସବନମ କଁହର,ଫୁଲବାଣୀ ପୋୖର ପରିଷଦ ୱାର୍ଡ ନଂ ୧୩ କାଉନ୍ସିଲର ମାଧବୀ ମିଶ୍ର,୭ ନଂ ୱାର୍ଡ କାଉନ୍ସିଲର ଟୁକୁନି ସେଠୀ,୪ ନଂ ୱାର୍ଡ କାଉନ୍ସିଲର ତ୍ରିଲୋଚନ କଁହର,୨ ନଂ ୱାର୍ଡ କାଉନ୍ସିଲର ସ୍ନେହଲତା ପ୍ରଧାନ, ଚକାପାଦ ବ୍ଲକ ମହିଳା ସଭାନେତ୍ରୀ ପୁଷ୍ପଲତା ବେହେରା, ସମ୍ପାଦିକା ନଳିନୀ ପ୍ରଧାନ, ସହ ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ଫୁଲବାଣୀ ସହର ସ୍ଥିତ ନରାୟଣୀ ମନ୍ଦିର ରୋଡ଼ ନିକଟରେ ଥିବା ଅତି ପୁରାତନ ପବ୍ଲିକ ଇଂରାଜୀ ମିଡିୟମ ସ୍କୁଲ ପରିସର ମଧ୍ୟରେ ଜିଲ୍ଲା ମହିଳା ସଭାନେତ୍ରି ପୁନମ କଁହର ଙ୍କର ନେତୃତ୍ୱରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ,ଫୁଲବାଣୀ ବିଧାୟକ ଅଙ୍ଗଦ କଁହର,ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଉପାଧ୍ୟକ୍ଷା ସାଇବେଣୀ ବେହେରା, ସହ ପର୍ଯ୍ୟବେକ୍ଷକ କିଶ୍ୱର ମେହେର ଙ୍କ ସମେତ ବିଜୁଜନତା ର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

ରାଇରଙ୍ଗପୁର – ହାତୀ ଆକ୍ରମଣରେ ଚାଷୀ ମୃତ

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ନିଆଁ

Sunil Chandra Nayak

Leave a Comment

error: Content is protected !!