ସିଏ ଟି ଆମ ମାଆ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଭୋକିଲା ପେଟ ଶୁଖିଲା ମୁହଁ
ହୃଦୟ ବ୍ୟଥା ଅନ୍ତର କୋହ
ନ କହି ଜାଣେ ସେନେହ ବୁଣେ
ସବୁରେ ସିଏ ସାହା
ସିଏ ଟି ଆମ ମାଆ….(୦)
ଅମାପ ତା’ର ସହିବା ଶକ୍ତି
ଦୁଃଖରେ ଥାଇ ଦିଅଇ ଶାନ୍ତି
ସବୁ ବିପତ୍ତି ଦୂରରେ ରୁହେ
ସିଏ ଟି ଯେବେ ସାଥିରେ ଥାଏ
ମଣିଷ ରୂପୀ ଦେଵୀଟେ ହୋଇ
ସବୁଠି ହୁଏ ସାହା….(୧)
ପୂର୍ବ ଜନ୍ମର ତପର ଫଳ
ଭାଗ୍ୟରେ ଥିଲେ ମିଳେ ତା’ କୋଳ
ତା’ର ଆଶିଷ ଯେହୁ ଲଭଇ
ବିଶ୍ୱକୁ ସିଏ ତ ଜିଣିଥାଇ
ତା’ ବିନା ସବୁ ହେ ଖାଲି ଖାଲି
ମିଳେନା କିଛି ରାହା…..(୨)
ଯିଏ ହରାଏ ଖୋଜଇ ସିଏ
ତାହାର ମୁଲ୍ୟ ସେ ବୁଝି ଥାଏ
ମାଆ ଠୁ ବଳି ଆଉ କେ ନାହିଁ
ଅତି ନିଜର ବୋଲି ଏ ମହୀ
ପାଖରେ ପାଇ ଦୂରାଏ ଯିଏ
କେଡେ଼ ଦୁର୍ଭାଗା ଆଃହା….(୩)