ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ଏନ୍ ଏ ସି ରେ ଜଳଛତ୍ର ର ଶୁଭ ଉଦଘାଟନ

ଢ଼େଙ୍କାନାଳ: କାମାକ୍ଷା ନଗର ଏନ ଏ ସି ୱାର୍ଡନମ୍ୱର ତିନି ଅନନ୍ତପୁରସାହି ଗୁଣ୍ଡିଚା ମନ୍ଦିର ନିକଟରେ ଆଜି ସକାଳ ୯ ଘ.ସମୟରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ଵାରା ଜଳଛତ୍ର କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟ ମଧ୍ୟ ଉପସ୍ଥିତ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହ କୁ ଅଙ୍ଗେ ନିଭାଇ ମାନବ ସେବା ହିଁ ମାଧବ ସେବା ଓ ଜଳ ଦାନ ପରି ମହାନ୍ ପୁଣ୍ୟ କର୍ମ ରେ ନିଜକୁ ସମର୍ପତ କରିଛନ୍ତି କାମାକ୍ଷା ନଗର ମହାବିଦ୍ୟାଳୟ ର ଅଧ୍ୟାପିକା ତଥା ସମାଜ ସେବିକା ଶ୍ରୀମତି ଲିପ୍ସା ପ୍ରଧାନ । ତାଙ୍କରି ଏଭଳି ମହନୀୟ କାର୍ଯ୍ୟ ଧାରା ଦେଖି ସହର ର ଜନସାଧାରଣ, ଛାତ୍ର ଛାତ୍ରୀ ତଥା ବୁଦ୍ଧିଜୀବୀ ଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବୋଟ ଆମ୍ବୁଲାନ୍ସ ମିଳିଲା କିନ୍ତୁ ମିଳିଲାନି 108 ଆମ୍ବୁଲାନ୍ସ କି ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନାରେ ଚିକିତ୍ସା

Sunil Chandra Nayak

ଢ଼େଙ୍କାନାଳ – ରଜ ମଉଜ କବିତା ଆସର

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ ଆଶିଷ ପାଇବ କିଏ

Sunil Chandra Nayak

Leave a Comment

error: Content is protected !!