ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରୀବଙ୍କ ଆହାର କେନ୍ଦ୍ର: ୧୦ ଟଙ୍କାରେ ପେଟପୂରା ଖାଦ୍ୟ ମିଳୁଛି 

ମ. ରାମପୁର,୨୯/୪( ମସୀହା): ମ.ରାମପୁର ଚାରି ଛକ ସ୍ଥିତ ଯାତ୍ରୀ ବିଶ୍ରାମ ଗୃହରେ ଚାଲିଛି ସୁଲଭ ଆହାର କେନ୍ଦ୍ର l ଏହି ଆହାର କେନ୍ଦ୍ର ଡ଼ା.ଦେବେନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ପରିଚାଳିତ ହେଉଛି l ଭାତ ଡାଲମା ଏବଂ ଖଟା ର ଦାମ ମାତ୍ର ୧୦ ଟଙ୍କା l ଆଜିର ଦରଦାମ ବର୍ଦ୍ଧିତ ଯୁଗରେ ୧୦ ଟଙ୍କା ଦରରେ ପେଟପୂରା ଖାଦ୍ୟ ମିଳିବା ଅସମ୍ଭବ l ହେଲେ ଏହି କେନ୍ଦ୍ର ତାହା ୧୦ ଟଙ୍କା ମୂଲ୍ୟ ରେ ପେଟପୂରା ଆହାର ଯୋଗାଇ ଦେଉଛି l ପୁଣି ଭିକାରୀ ଓ ମାନସିକ ବିକୃତଙ୍କୁ ମାଗଣାରେ ଖାଦ୍ୟ ଦେଉଛି l ମୁଖ୍ୟତଃ ଭୋକିଲା ଲୋକ ଓ ଅତି ଗରୀବ ଖଟିଖିଆ ଶ୍ରେଣୀର ମଣିଷ ମାନଙ୍କୁ ସୁଲଭ ମୂଲ୍ୟରେ ପେଟ ପୁରା ଆହାର ମୁଠେ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ କରା ଯାଇଛି l ହେଲେ ଅନ୍ୟାନ୍ୟ ଲୋକ ତଥା ବାହାରୁ ଆସୁଥିବା ପଥିକମାନେ ମଧ୍ୟ ଏହାଦ୍ବାରା ଉପକୃତ ହେଉଛନ୍ତି l ଚଳିତ ମାସ ଆହାର କେନ୍ଦ୍ରକୁ ବର୍ଷେ ପୁରିଛି l ଶ୍ରୀ ନାୟକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆହାର କେନ୍ଦ୍ର କେବେ ବନ୍ଦ ହୋଇନାହିଁ l ନିରବିଛିନ୍ନ ଭାବରେ ଆଗେଇ ଚାଲିଛି l ତେବେ ଆହାର କେନ୍ଦ୍ର ଚାଲିବାକୁ ହେଲେ ବଦାନ୍ୟ ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ବୃଦ୍ଧି ହେବା ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟକ କହିଥିବା ବେଳେ ଭୋକିଲାଙ୍କ ପେଟକୁ ସବୁଦିନ ଆହାର ମୁଠେ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ଲୋକଙ୍କ ଠାରୁ ସହାୟତା ମଧ୍ୟ କାମନା କରୁଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ l

Related posts

ବାଇକ୍ ସହ ବାରହା ମୁହାଁ ମୁହିଁ: ସାମ୍ବାଦିକ ଦୁର୍ଘଟଣା ଶିକାର

Sunil Chandra Nayak

ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ

Sunil Chandra Nayak

ଜଙ୍ଗଲ ଜମି ବିବାଦ ର ଗ୍ରାମସଭା ହୋଇପାରିଲା ନାହିଁ

Sunil Chandra Nayak

Leave a Comment

error: Content is protected !!