ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ ଙ୍କ ପରିଦର୍ଶନ

ଉତ୍କେଲା, ୧୨/ O୬,( ମ ନି ସ  ) କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ସକାଳେ   ଉତକେଲା ଉଡାଜାହାଜ ପଡ଼ିଆରେ ଓଲ୍ଲାଇ କେସିଙ୍ଗା ଆଦର୍ଶ କଲୋନି ରେ ଏକ କାର ଯୋଗେ ପହଞ୍ଚିଥିଲେ।କଲୋନିବାସୀ କଳସ ସ୍ଥାପନ କରି ସ୍ଵାଗତ ଜଣାଇ ସଭାଗୃହକୁ ପାଛୋଟି ନେଇଥିଲେ । କଲୋନିରେ ରାସ୍ତା , ଡ୍ରେନ,ଆଲୋକିକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସବୁ ସୁବିଧା ପାଇଥିବା ମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ। ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, କେସିଙ୍ଗା ନିର୍ବାହୀ ଅଧିକାରି କିରଣ ବେହେରା, କଲୋନି ସଂପର୍କରେ ବୁଝାଇଥିଲେ। ଏନ ଏ ସି କାଉନସିଲର ବିଜେଡି ଟାଉନ ସଭାପତି ରମେଶ ପଟ୍ଟନାୟକ, ଓ ଭାଜପାର କର୍ମକର୍ତ୍ତା ଯୋଗ ଦେଇଥିଲେ। ପରେ କେସିଙ୍ଗା ବିଦ୍ୟା ପିଠ ର ସ୍କାର୍ଟ କ୍ଲାସ ପରିଦର୍ଶନ କରିଥିଲେ। କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସୁତି ବିଭାଗ, ସମସ୍ତ ପଦର୍ଶନ କରିଥିଲେ। ଡାକ୍ତର ସୁବାସ ଚନ୍ଦ୍ର ବେହେରା ହସପିଟାଲ ସମସ୍ତ ବିଷୟରେ ଅବଗତ କରାଇଥିଲେ I ଏହି ପରିଦର୍ଶନରେ କଳାହାଣ୍ଡି ଏମପି ବସନ୍ତ ପଣ୍ଡା ଓ ଦଳିୟ କର୍ମକର୍ତ୍ତା ସାମିଲ ହୋଇଥିଲେ|

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାତ କଲା ଟେମରା ଦଳ

Sunil Chandra Nayak

ଦୁର୍ଗାପୂଜା ପାଇଁ ଚିଲିଗୁଡା ଗାଁ ଉତ୍ସବ ମୁଖର

Sunil Chandra Nayak

Leave a Comment

error: Content is protected !!