ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳ ସଙ୍କଟ, ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି

ଜୟପାଟଣା ୨୪/୬(ମସିହା) ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କଳାହାଣ୍ଡି ଜିଲ୍ଲାର ଦାରିଦ୍ର୍ୟ ଦୂରୀକରଣ ତଥା ବିଶ୍ୱ ମାନଚିତ୍ର ରେ ଜିଲ୍ଲା କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।୧୯୯୧ ମସିହାରୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ୪ଟି ୟୁନିଟ ୬୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ତଥା ସାରା ଜିଲ୍ଲା କୁ ଜଳ ସେଚନ ର କ୍ଷମତା ରହିଛି।କିନ୍ତୁ ଜଳଭଣ୍ଡାର ପଙ୍କ ରେ ପୋତି ହେବା ସହ ଜଳ ସେଚନ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରଭାବିତ ହୋଇଛି।କ୍ରମାଗତ ଭାବେ ଚାରି ବର୍ଷ ହେବ ବିଦ୍ୟୁତ ଶକ୍ତି ଉତ୍ପାଦନ ହ୍ରାସ ହେଉଥିବା ବେଳେ ବର୍ତ୍ତମାନ ଜଳ ସଙ୍କଟ ଦେଇ ଗତି କରୁଛି ଜଳଭଣ୍ଡାର।ଏଥିପ୍ରତି ଏବେଠୁ ଯତ୍ନବାନ ନହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଜଳଭଣ୍ଡାର ଆକମି ହୋଇପଡିବ ଏକଥା କୁ ଏଡାଇ ଦିଆଯାଇ ନପାରେ। ଆସନ୍ତା ଜୁଲାଇ ୬ ରେ ପ୍ରଥମ କରି ୨୦୨୨ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ରୁ ଜଳ ଯୋଗାଣ ଆରମ୍ଭ ହେବ।ବାମ, ଦକ୍ଷିଣ ମୁଖ୍ୟ କେନାଲ ସହ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରେ ନଭେମ୍ବର ୫ପର୍ଯ୍ୟନ୍ତ ଜଳ ଯୋଗାଣ ହେବ।ଯାହାଫଳରେ ଜୟପାଟଣା, କୋକସରା, କଲମପୁର, ଜୁନାଗଡ଼, ଧର୍ମଗଡ଼, ଗୋଳମୁଣ୍ଡା, ଭବାନୀପାଟଣା ଓ କେସିଙ୍ଗା ବ୍ଳକ ର ୧ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଚାଷ ଜମି ଜଳ ସେଚନ ହେବ।।କିନ୍ତୁ ଜଳ ଭଣ୍ଡାର ର ବର୍ତ୍ତମାନ ସ୍ଥିତି ଓ ପୂର୍ବ ବର୍ଷ ଭଳି ମୌସୁମୀ ବର୍ଷା ଜଳ ସଙ୍କଟ ସୃଷ୍ଟି ହେବା ସହ ଆଗକୁ ମରୁଡି ସମ୍ବାବନା ରହିଛି।ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ଜଳ ଭଣ୍ଡାର ଓ ଜଳ ସେଚନ ପ୍ରକଳ୍ପ ର ମଙ୍ଗଳପୁର ବ୍ୟାରେଜ ରେ ମଧ୍ୟ ଜଳ ଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି।ଇନ୍ଦ୍ରାବତୀ ଜଳ ଭଣ୍ଡାର ୨୬୩୦ ବର୍ଗ କିମି ଅଞ୍ଚଳକୁ ବ୍ୟାପି ରହିଥିବା ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ୬୪୨ ,ମିଟର ରହିଥିବା ବେଳେ ବର୍ତ୍ତମାନ ୬୩୦ ମିଟର ରହିଛି।ସେହିପରି ମଙ୍ଗଳପୁର ବ୍ୟାରେଜ ରେ ଜଳ ଧାରଣ କ୍ଷମତା ୮୧୬.୫ ହେକ୍ଟୋମିଟର ଥିବା ବେଳେ ବର୍ତ୍ତମାନ ତାହା ମଧ୍ୟ ଅଧା ଅଂଶ ମାଟିରେ ପୋତି ହୋଇଛି।ଗତ ବର୍ଷ ମଧ୍ୟ ଏହି ସମୟରେ ଜଳଭଣ୍ଡାର ର ଜଳସ୍ତର ସମାନ ଥିବା ବେଳେ କମ ବର୍ଷା ଯୋଗୁଁ ଜଳ ସେଚନ ବାଧାପ୍ରାପ୍ତ ହୋଇଥିଲା।ଗତ ରବି ଋତୁରେ ସର୍ବନିମ୍ନ ଜଳସ୍ତର ଯୋଗୁଁ କେବଳ ବାମ କେନାଲ ରେ କେବଳ ମୋଟେର ପୋଡ଼ବେଡା ଗେଟ ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇଥିଲା। ଯାହାଫଳରେ ଜୟପାଟଣା ଓ କୋକସରା ରେ ଅଳ୍ପ ଚାଷ ଜମି ରେ ଚାଷ କାର୍ଯ୍ୟ ହୋଇଥିଲା।ଜୟପାଟଣା, କୋକସରା ଓ କଲମପୁର ବ୍ଲକ ର ୧୭ ହଜାର ୬୩୦ ଚାଷୀଙ୍କ ୯ଲକ୍ଷ ୩୬ହଜାର ୬୨୧ .୯୬ କ୍ୟୁଣ୍ଟାଲ ଧାନ ବିକ୍ରି ହୋଇଛି।ଅନ୍ୟ ଅଞ୍ଚଳରେ ଚାଷୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି।ଦକ୍ଷିଣ କେନାଲ ରେ ଜଳ ନଷ୍ଟ କୁ ରୋକିବା ତଥା ଚାଷୀଙ୍କ ଦାବି କ୍ରମେ ରାଜ୍ୟ ସରକାରଙ୍କ ବ୍ୟୟ ବରାଦ ରେ ବର୍ତ୍ତମାନ ଦକ୍ଷିଣ କେନାଲ ୪୧ କିମି ପର୍ଯ୍ୟନ୍ତ ୧୪୮ କୋଟି ଟଙ୍କା ରେ ପୁନଃନିର୍ମାଣ ଓ ପୁନଃପ୍ରତିଷ୍ଠା ହେଉଛି।ବାମ କେନାଲ ମଧ୍ୟ ଆରମ୍ଭ ରୁ ଶେଷ ଯାଏ ସ୍ଥାନକୁ ସ୍ଥାନ ଶୋଚନୀୟ ହୋଇପଡି ଥିବା ବେଳେ ତାର ମଧ୍ୟ ମରାମତି ଓ ରକ୍ଷଣାବେକ୍ଷଣ ଆବଶ୍ୟକ ରହିଛି।ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ର ମୁଖୀଗୁଡା ଓ କୁସୁମଖୁଣ୍ଟି ଦୁଇଟି ଡିଭିଜନ ରହିଛି।ମୁଖୀଗୁଡା ଡିଭିଜନ ର କଲମପୁର, ଚିଲଗୁଡା, ଓ ଜୁନାଗଡ଼ ଉପ ଡିଭିଜନ ଥିବା ବେଳେ କୁସୁମଖୁଣ୍ଟି ର ମଙ୍ଗଳପୁର, ଅରେବେଡା, ଓ ଧର୍ମଗଡ଼ ଉପ ଡିଭିଜନ ରହିଛି।ଯାହା ଅଧୀନରେ ଦିଷ୍ଟିବୁଟାରୀ,ମାଇନର ଓ ସବ ମାଇନର କେନାଲ ଗୁଡିକ ରହିଛି।କିନ୍ତୁ କେନାଲ ଗୁଡିକ ଶୋଚନୀୟ ସ୍ଥିତି ଜଳ ସେଚନ ଆରମ୍ଭ ହେଲେ ପାଣି ଲେକେଜ ହୋଇ ନଈ ନାଳ ପୂର୍ଣ୍ଣ ହେବା ସହ ହାତୀ ନଦୀରେ ଜଳ ପ୍ରବାହିତ ହେଉଥିବ।ତେବେ ପ୍ରତିବର୍ଷ ବେସିକ ଫଣ୍ଡ ତଥା କ୍ରିଟିକାଳ ଫଣ୍ଡ ରୁ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ସମ୍ପାଦନ ହେଉଛି।କିନ୍ତୁ କୋଣସି ସୁଫଳ ମିଳୁନଥିବା ଚାଷୀ ପ୍ରକାଶ କରିଛନ୍ତି।ଗୋଟାଏ ପ୍ରକାର କିନ୍ତୁ ଜଳ ନଷ୍ଟ କୁ ରୋକିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି ବିଭାଗ।ଚାଷୀଙ୍କ ମଧ୍ୟରେ ସଚେତନ ର ଅଭାବ ତଥା ଜଳ ପରିଚାଳନା ରେ ତ୍ରୁଟି ଯୋଗୁଁ  ଜଳ ନଷ୍ଟ ହେଉଥିବା ଜଣାଯାଏ। ଯେତେବେଳେ ଜଳ ସଙ୍କଟ ମଧ୍ୟରେ ଗତି କରୁଛି ତଥା ମୌସୁମୀ ବର୍ଷା ମଧ୍ୟ କମ ଅଳ୍ପ ବର୍ଷିବାର ସମ୍ବବନା ରହିଛି ସେଇ ପରିପ୍ରେକ୍ଷୀରେ ଜଳ ସଂରକ୍ଷଣ ଗୋଟିଏ ପ୍ରକାର ଚ୍ୟାଲେଞ୍ଜ ରହିଛି।ଆଗାମୀ ଦିନରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟି ନଦେଲେ ବିକଟ ପରିସ୍ଥିତି ସୃଷ୍ଟି ହେବା ସହ ଶସ୍ୟଶ୍ୟାମଳ କଳାହାଣ୍ଡି ଜିଲ୍ଲା ର ଅନେକ ବ୍ଲକ ଶୁଖା ମରୁଡି ପଡିବ ବୋଲି ସମ୍ବବନା ରହିଛି।

କଲମପୁର ରୁ ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଳାହାଣ୍ଡି

Related posts

ମୟୂରଭଞ୍ଜ – ଭାତ ଖାଉଥିବା ବେଳେ ଭୁଶୁଡ଼ିଲା ମାଟି କାନ୍ଥ, ଜଣେ ଶିଶୁ ମୃତ ଓ ୨ ଗୁରୁତର

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମର ପ୍ରାଣ

Sunil Chandra Nayak

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!