ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା  ସାହୁ ଙ୍କ କବିତା କାଶତଣ୍ଡୀ

   କାଶତଣ୍ଡୀ

   

    କବିତା  ସାହୁ 

ବରଷା ଚାଲିଲା ଶରତ ଆସିଲା 
ନଈ ପଠାରେ କାଶତଣ୍ଡୀ ହସିଲା 
ମନରେ ଖୁସିର ଲହରୀ ଉଠିଲା
ପାର୍ବଣ ଋତୁରେ ମାଁ ମୁହଁ ଦିଶିଲା ।
୨- ଧୋବ ଫରଫର ଦିଶଇ କି ସୁନ୍ଦର 
    ନଈ ପଠା, କ୍ଷେତ,ପୋଖରୀ ହିଡ 
    ଢେଉ ଢେଉ ନାଚ କାଶତଣ୍ଡୀର 
     ଜନ ମନ ହରେ ଶୋଭା ଅପାର। 
୩-  ଆଶ୍ବିନ କୁ ଅନୁସରଣ କରି 
    କାଶତଣ୍ଡୀ ଆସେ ମରତ ପୁରି
      ଝରା ସପନ ର ଥାଳିକୁ ଭରି
      ମରୁତ ଦେହରେ ରଙ୍ଗକୁ ବୋଳି। 
୪- ନଈ ନାଳ ସବୁ ଗଲାଣି ଶୁଖି
    ନାହିଁ ବିଲ ପାଟ ଆଉ ତ କିଛି 
     କାଶତଣ୍ଡୀ ଆଉ ଫୁଟୁନି ବେଶୀ
     ମାଆ ଦଶଭୁଜା ଆସିବେ ହସି 
      ସ୍ବାଗତ କରିବା ସଭିଏଁ ମିଶି।

             ଜୟପୁର

Related posts

ଦୁଇ ଅନାଥ ଭଉଣୀ ର ଦୁଃଖ ଶୁଣିବ କିଏ ? ଦୁହିଁଙ୍କ ପାଇଁ ଭଗବାନ ହିଁ ଆଶା ଭରସା

Sunil Chandra Nayak

ଦେପୁର ପଞ୍ଚାୟତର ବାଲିଛଡ଼ା ଗ୍ରାମର ୫ ନଂ ୱାଡ଼ରେ ମୌଳିକ ସୁବିଧା ଦାବିରେ ଭୋଟ ବର୍ଜ୍ଜନ

Sunil Chandra Nayak

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ମେଘ ମାଳା

Sunil Chandra Nayak

Leave a Comment

error: Content is protected !!