Uncategorizedଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ by Sunil Chandra NayakSeptember 17, 20220114 Share1 ଆଶ୍ଵିନର ମହାଦାନ ଆଶ୍ଵିନ ଆସନ୍ତେ ଲାଳିତ୍ୟ ଜଗତେ ବସୁଧାରୁ ବ୍ୟୋମ ଭରା, ବିୟତେ ବାଦଲ ଭୂ-ରେ କାଶଫୁଲ ଶୁଭ୍ର ସୁଷମା ପସରା l(୧) କାଶତଣ୍ଡି ଶ୍ଵେତ ଭୂଲୋକେ ମଣ୍ଡିତ ତରଙ୍ଗ ପ୍ରାୟେ ଦିଶଇ ଏ ଦୃଗ ଯୁଗଳେ ଏ ଦୃଶ୍ୟ ଦେଖନ୍ତେ ମନ ବିଭୋର ହୁଅଇ |(୨) ଶାରଦୀୟ ପୂଜା ମାଆ ଶକ୍ତି ଧ୍ଵଜା ଶକ୍ତିପୀଠରେ ଶରତେ ବସୁଧାରେ ବିଭା ପୀଠେ ଦିବ୍ୟପ୍ରଭା ଦିବ୍ୟତା ଭରେ ମରତେ |(୩) *ପୁଅଜୀଉନ୍ତିଆ* ପର୍ବ *ମହାଳୟା* *ସିଂହଧ୍ଵଜା* ର ଯାତରା, ମା’ସମଲେଶ୍ଵରୀ ସାଜି ଶୈଳପୁତ୍ରୀ ଶୁଭାରମ୍ଭ ଦଶହରା l(୪) *ଭାଇଜୀଉନ୍ତିଆ* ନବଦୂର୍ଗା ପୂଜା ନଅ ରୂପରେ ପୂଜିତା, କଳାହାଣ୍ଡିଠାରେ ଶୁକ୍ଳ ନବମୀରେ ଛିନ୍ନମସ୍ତା *ଛତ୍ର-ଯାତ୍ରା* l(୫) ମଣ୍ଡପେ-ମନ୍ଦିରେ ଦିବ୍ୟ ସୁରଭିରେ ଧୂପ-କର୍ପୂର-ଚନ୍ଦନ, ଶୁଦ୍ଧମନ ଶୁଦ୍ଧ ହୃଦୟେ ପୂଜିଲେ ପୂର୍ଣ୍ଣ ହୁଏ ମନସ୍କାମ l(୬) ଆଦିଶକ୍ତିମୟୀ ସେହି ସ୍ନେହମୟୀ ଶାମ୍ଭବୀ ସେ ନାରାୟଣୀ, ମହିଷାମର୍ଦ୍ଦିନୀ ଦୁର୍ଗତିନାଶିନୀ ପର୍ବ ମାତା *ଦୁର୍ଗାଷ୍ଟମୀ* l(୭) ମାଗୁଅଛି ଆଜି ପୁଷ୍ପାଞ୍ଜଳି କରି ସୁଦୟା କର ହେ!ମାତା, ବିଶ୍ଵର ମଙ୍ଗଳ କର ହେ! ସାଧନ ନମାମୀ ଅପରାଜିତା l(୮) ଅସତ୍ୟ ଉପରେ ସତ୍ୟ ସଦା ଜିତେ ପାପକୁ ଜିତଇ ପୂଣ୍ୟ, *ବିଜୟାଦଶମୀ* *କୁଆଁର ପୁନେଇଁ* ଆଶ୍ଵିନର ମହାଦାନ l(୯) ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଜୁନାଗଡ଼ (କଳାହାଣ୍ଡି) ଜନ୍ମଭୂମି-ମଣ୍ଡଳ (ବଲାଙ୍ଗିର)