Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakSeptember 18, 20220187 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ମୋର ହାତ ଗୋଡ଼ ଚଳୁଥିବା ଯାଏ କରୁଥିବି ପ୍ରଭୁ କାମ ଭଲ ଥିବା ଯାଏ ସେବାରେ ତାଙ୍କରି କରୁଥିବା ହରିରାମ। ମିଛ କହିବାକୁ ଏତୁଣ୍ଡେ କେବେହେଁ ନଆସୁ ଜୀବନେ ଭାଷା ସତ କହି ମୁଖେ ଜୀବନେ ମୋ ଭାଷା ପ୍ରଭୁ ମୋ ଥାଉ ପ୍ରଶଂସା। ବିପଦ ନଆସୁ ପ୍ରଭୁ ଦିଅ ସାହା ଏତିକି କରୁଣା ହେଉ ଜଗତର ପତି ଏ ବିଶ୍ୱ ସଂସ୍କୃତି ଶାନ୍ତି ରଖ ମହାବାହୁ । ତୁମରି ନାମରେ ସଂସାର ଚାଲିଛି ହୁଅ ତୁମେ ମୁଖ୍ୟ କର୍ତ୍ତା ଦୁଃଖ ବୁଝିଦେଲେ ବଂଶମୋ ହାଲୁକା ତୁଟିଯାଏ ମୋର ବ୍ୟଥା। ନିତି କର୍ମ କରି ସମାଜ ମଧ୍ୟରେ ହସଖୁସି ହୋଇ ଚଳୁ ଠାକୁର ଭରସା ଦିଅନ୍ତି ସାହସ ପ୍ରଭୁ ମୋ ବଡ ଦୟାଳୁ। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା