ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକବିଂଶ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ୱତ ସମାରୋହ

ବହୁମୁଖୀ ପ୍ରତିଭାର ଅଧିକାରୀ ପ୍ରଫେସର ଭୁବନେଶ୍ୱର ବେହେରା କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ତାଙ୍କର ବହୁମୂଲ୍ୟ ସାରସ୍ୱତ ସୃଷ୍ଟି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକବିଂଶ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ୱତ ସମାରୋହରେ ଅତିଥିମାନେ ପ୍ରକାଶ କରିଛନ୍ତି। ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଧର୍ମଗଡ଼ ସାହିତ୍ୟ ସଂସଦ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ସହଯୋଗରେ “ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ସାହିତ୍ୟର ଦିଗ ଓ ଦିଗନ୍ତ”ପ୍ରସଙ୍ଗ ଆଲୋଚନା ଚକ୍ରରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଓ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସୁ ସାହିତ୍ୟିକ ସତ୍ୟ ପଟ୍ଟନାୟକ ପ୍ରସଙ୍ଗ ର ମୂଳସ୍ୱର ଭାବେ ଯୋଗଦେଇ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଦିଗ ଓ ଦିଗନ୍ତ ଉପରେ ଆଲୋଚନା କରିଥିଲେ।

ସୁ ସାହିତ୍ୟିକ ଓ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର କାଳୀୟ ଗଞ୍ଜନ ସାହୁ ସଂମାନିତ ଅତିଥି ଓ ବିଶିଷ୍ଟ ଗବେଷକ ଓ ନାଟ୍ୟକାର ଅଧ୍ୟାପକ ପରମେଶ୍ବର ମୁଣ୍ଡ ଆଲୋଚକ ଭାବେ ଯୋଗ ଦେଇ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ସାରସ୍ୱତ ସୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଧର୍ମଗଡ଼ ସାହିତ୍ୟ ସଂସଦର ଅଧ୍ୟକ୍ଷ ଅଧ୍ୟାପକ ଲିଙ୍ଗରାଜ ମିଶ୍ର କାର୍ଯ୍ୟକ୍ରମ ର ପୌରହିତ୍ୟ କରିଥିଲେ।ଯୁବ କବି ମାନସ ରଞ୍ଜନ ମୁଣ୍ଡ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ସମ୍ପାଦକ ଅବିନାଶ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ଅଧିବେଶନ ରେ ଆୟୋଜିତ କବିତା ପାଠୋତ୍ସବରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ କବିଏତ୍ରୀ ମାନେ ସ୍ଵରଚିତ କବିତା ପାଠ କରିଥିଲେ।

ଏଥିରେ କବି ସୁଧୀର ମେହେରଙ୍କ ସଭାପତିତ୍ୱରେ କବି ବିରଞ୍ଚି ନାରାୟଣ ମୁଣ୍ଡ,କଳ୍ପନା ରଥ,ଦୂର୍ଯ୍ୟୋଧନ ପଟେଲ,ଧବଳେଶ୍ବର ପାତ୍ର ଓ ଗୌରାଙ୍ଗ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲାବେଳେ କବି ବଙ୍କିମ ମୁଣ୍ଡ,ଦିପ୍ତୀ ମୁଣ୍ଡ,ଗଣପତି ବାଗ ପ୍ରମୁଖ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଭୂତି ଭୂଷଣ ପଣ୍ଡା, ବରିଷ୍ଟ ସାମ୍ବାଦିକ ବିଦ୍ୟାଧର ସାହୁ ଓ ହୃଷିକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂସଦର ସଂପାଦକ ରାଜେଶ କୁମାର ମୁଣ୍ଡ,ସରୋଜ କୁମାର ପଣ୍ଡା,ଗୋବିନ୍ଦ ସାହୁ, ଚନ୍ଦ୍ର ଭାନୁ କୈବର୍ତ୍ତ , ସଞ୍ଜୟ ସୁନାନୀ, ଲାବଣ୍ୟ ଲହଜଲ,ଅକ୍ଷୟ ପଟ୍ଟନାୟକ, ଚିନ୍ମୟ ପଣ୍ଡା ,ଦିପିକା ରାଣୀ ଦାଶ, ଶାନ୍ତନୁ କୁମାର ପରିଡା, ମୋହନ ଚରଣ ବିଷି, ସରୋଜ କୁମାର ଯୋଷୀ, ମାନସ ପଣ୍ଡା, ଲକ୍ଷପତି ନାଏକ ପ୍ରମୁଖ ସହଯୋଗ କରିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଶ୍ୱ ଜନସଂଖ୍ୟା ଦିବସ ରେ ଧର୍ମଗଡ଼ର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ‘ଲାଇଫ ଟାଇମ ଆଚିଭମ୍ୟାଣ୍ଟ’ ସାଂମ୍ମାନ

Sunil Chandra Nayak

ମଧୁମିତା ମିଶ୍ର ଙ୍କ ସୋନେଟ ଚଳନ୍ତା ଦିଅଁ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକର କଂଗ୍ରେସ କମିଟି ଗଠିତ

Leave a Comment

error: Content is protected !!