ଜୁନାଗଡ଼,୧୭/୪(ମ ନି ସ) ଜୁନାଗଡ଼ ହନୁମାନ ମନ୍ଦିର ପରିଚାଳନା କମିଟି ତରଫରୁ ହିନ୍ଦୁ ନବବର୍ଷ ପାଳନ ଅବସରରେ ହନୁମାନ ଜୟନ୍ତୀ ପାଳନ କରାଯାଇ ଏକ ବିଶାଲ ଶୋଭାଯାତ୍ରା ବାହାରିଥିଲା l କମିଟି ପକ୍ଷରୁ ସ୍ତାନୀୟ ହନୁମାନ ମନ୍ଦିର ଠାରୁ ବିଭିନ୍ନ ସଂଗଠନ ସାମିଲ ହୋଇ ଭଗବାନ୍ ହନୁମାନ ଙ୍କ ଫଟୋ କୁ ସୁସଜ୍ଜିତ କରାଯାଇ ସହର ର ଇନ୍ଦିରା ଗାନ୍ଧୀ ଛକ , ପୁରୁଣା ବସ୍ ଷ୍ଟାଣ୍ଡ ,କଲମପୁର ଛକ , ନୂଆ ବସ୍ ଷ୍ଟାଣ୍ଡ ଲଙ୍କେଶ୍ଵରୀ ଚ୍ଛକ, ହସ୍ପିଟାଲରେ ଛକ ଦେଇ ପୁଣି ମନ୍ଦିରରେ ପହଂଚିଥିଲା l ଏହି ଶୋଭାଯାତ୍ରା ରେ ଘଣ୍ଟ ବାଦ୍ୟ, ବେଣ୍ଡ ବାଜା ଓ ଡିଜେ ବାଦ୍ୟ ରେ ସହର କମ୍ପି ଉଠିଥିଲା l ଏଥିରେ ସହର ର ବିଭିନ୍ନ ଅନୁଷ୍ଠାନ ର ଶତl ଧିକ ମହିଳା ପୁରୁଷ ସାମିଲ ହୋଇଥିଲେ l କମିଟି ତରଫରୁ ସହର୍ ର ବିଭିନ୍ନ ଛକ ରେ ପଣା ଓ ଥଣ୍ଡା ପାନୀୟ ବ୍ୟବସ୍ତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟି ର ଗୋପାଲ ମିତ୍ତଲ, ଅମିତ୍ ଗୁପ୍ତl, ହିମାଂଶୁ ବରାଡ଼, ପ୍ରଭାତ ଦାସ, ସୂରଜ ଅଗ୍ରୱାଲ, ଅଙ୍କିତ ଶର୍ମା, ସନ୍ତୋଷ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ