ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଆଦୀ ଠାକୁରଙ୍କ ବାର୍ଷିକ ଚୈତ୍ର ମଣ୍ଡେଇ ଯାତ୍ରା

କୋକସରା,୧୭ ।୪ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତ ର ତଲାଗାଁ ଠାରେ ରବିବାର ବାଆଦୀ ଠାକୁରଙ୍କ ବାର୍ଷିକ ଚୈତ୍ର ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି । ମା ଠାକୁରାଣୀଙ୍କ ଚୈତ୍ର ପର୍ବ ର ପ୍ରଥମ ରବିବାର ଦିନ ଏହି ମଣ୍ଡେଇ ଯାତ୍ରା ପାଳିତ ହେଇଥାଏ । ପ୍ରଥମେ ବାଆଦୀ ଠାକୁରଙ୍କ ମନ୍ଦିର ରେ ପାରମ୍ପାରିକ ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଦେବାଦେବୀ ମାନେ ଲାଠି କାଲିସୀ ସହ ମା ମାଉଲୀ ଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ । ଦେବୀଙ୍କ ମନ୍ଦିର କୁ ପହଞ୍ଚିବା ପରେ କାଳିଶୀ ମାନେ କଣ୍ଟା ଦୋଲିରେ ଝୁଲିବା ସହ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ପରେ ମା ମାଉଲୀ ଓ ଠାକୁରାଣୀ ଙ୍କ ପୂଜା କରାଯାଇଥିଲା । ଭକ୍ତ ମାନେ ଦେବା ଦେବୀଙ୍କ ପାଖରେ ଭୋଗ ଲାଗି କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥାଏ । ପୁଝାରୀ ବଲଭଦ୍ର ପୁଝାରୀ, ନିଲାମ୍ବର ପୁଝାରୀ, ଶିରା ସପୁର ସିଂ ନାଗ, ଶିରା ଦାମୋଧର ନାଗ, ଚନ୍ଦ୍ର ଭାଟି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଧର୍ମାନନ୍ଦ ନାଏକ, ଜଗଦୀଶ ଚନ୍ଦ୍ର ନାଏକ, ଧନେଶ୍ୱର ନାଏକ, ଘାସିରାମ ନାଗ, ଗରୁଡ ଦଳପତି ପ୍ରମୂଖ ଗ୍ରାମବାସୀ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ମ ନି ସ

Related posts

ନେଗିଗୁଡା ପଦରପଡା ଗ୍ରାମ କୁ ମିଳିଲା ରାଜସ୍ୱ ଗ୍ରାମ ର ମାନ୍ୟତା 

Sunil Chandra Nayak

ରାଧାକୁଞ୍ଜ ସାହି ରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମ, ରାମପୁର ରେ ଦେବ ସ୍ନାନ ପୂର୍ଣ୍ଣିମା

Sunil Chandra Nayak

Leave a Comment

error: Content is protected !!