ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କାର୍ତ୍ତିକ ମାସରେ ପ୍ରଭାତ ସ୍ନାହାନ
      ମନ୍ଦିର ଦର୍ଶନ ଆଗ
ଭଜନ କୀର୍ତ୍ତନ ହରି ନାମ ଜପ
    ନେଉ ଥିବା ଆଗେ ଭାଗ।
ଚନ୍ଦନ ତୂଳସୀ ମଥାରେ ଲଗାଇ
     ପାଦୁକା ଜଳକୁ ପାଇ
ଗାଉଥିବା ଗୀତ ପ୍ରଫୁଲ୍ଲ ମନରେ
   ଭଗବାନ ଚିତ୍ତେ ରହି।
ହରିବୋଲ ଧ୍ବନି ପ୍ରକଂପିତ ହୁଏ
    ଦୂର ଯାଏ ପାପ ଛାଡ଼ି
ଅନ୍ଧାର ଦୂରେଇ ଆଲୋକ ଆସଇ
   ହୁଳହୁଳି ପଡେ ଯୋଡ଼ି।
ଝାଞ୍ଜ କରତାଳି ପ୍ରଭୁ ଯନ୍ତ୍ର ମାନ
   ତାଙ୍କ ଇଙ୍ଗିତରେ ବାଜେ
ନିମିତ ମାତ୍ର ମୁଁ ତାଙ୍କରି ଆଦେଶ
    ସଦାକାଳେ ତାଙ୍କୁ ଖୋଜେ।
ଫୁଲ ଧୂପ ଦୀପ ଝୁଣା ଦେଇ ପୂଜା
       ବାଢୁଛି ପ୍ରସାଦ ଆଗେ
ମନ୍ତ୍ର ପାଠ କରି ସ୍ତୁତି କରୁଅଛି
  ସକାଳ ସନ୍ଧ୍ୟାରେ ଯୋଗେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା

Sunil Chandra Nayak

ରଶି ଲଗାଇ ଆତ୍ମହତ୍ୟା , କାରଣ ଆଶ୍ବଷ୍ଟ

Sunil Chandra Nayak

Leave a Comment

error: Content is protected !!