ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶେଷ ଚିଠି

    ଶେଷ ଚିଠି

ଚିଠି ଲେଖି ଲେଖି ଥକି ମୁଁ ପଡିଛି 
ଉତ୍ତର ଖୋଜିଛି ଯେବେ 
ନର୍କ ଘାଣ୍ଟି ମିଛ ମାୟା ସଂସାରରୁ 
ଉଧାର ପାଇବି କେବେ ।।
ସପ୍ତ ରଥି ମଧ୍ୟେ ଅଭିମନ୍ୟୁ ପରି 
ଅନୁଭବ ହୁଏ ମୋର 
ମୁଇଁ ତୋ ଭକତ ଦୁଃଖ ବୁଝିବାକୁ 
ଟିକେ ଚିନ୍ତା ନାହିଁ ତୋର ।।
ଅପରାହ୍ନଟାରେ ଦିଶୁଅଛି ମତେ 
ଚତୁର୍ଦିଗେ ଅନ୍ଧକାର 
ଜଗବନ୍ଧୁ ହେ! କୃପା ନ କରିଲେ 
ଜୀବନରୁ ମତେ ମାର ।।
ଏହି ଶେଷ ଚିଠି ଲେଖି ଜଣାଉଛି 
ବିଚାରିବ ମହାବାହୁ 
ଭକତ ଦୁଃଖରେ ତୁ ପରା ଦୁଃଖୀଟେ 
ଆନନ୍ଦେ କେମିତି ରହୁ ??
ଶେଷ ନିଶ୍ୱାସେ ବି ବିଶ୍ବାସ ରଖିଛି 
ତୋ ଚରଣେ ଚକାଆଖି 
ତବ ନାମ ଗାଇ ଜୀବନେ ଚାଲୁଛି 
ଭକତି ରସକୁ ମାଖି ।।
ଅପେକ୍ଷା କରିଛି ଉତ୍ତରକୁ ତୁମ୍ଭ 
ତୁନି ନ ରହିବ ପ୍ରଭୁ 
ଦୁଃଖ ଯଦି ମୋର ନାଶି ନ ପାରିବ 
ପ୍ରାଣ ମୋର ନେଇ ଯିବୁ ।।
           
ନିକୁଞ୍ଜ କୁମାର ଘୋଷ 
ସା-ମାଧବପୁର ପୋ-ଲକ୍ଷ୍ମଣନାଥ
ଥାନା-ଜଳେଶ୍ୱର ଜିଲ୍ଲା-ବାଲେଶ୍ବର ଓଡିଶା ପିନ୍-756032 

Related posts

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ଗଠିତ

Sunil Chandra Nayak

ଜଣା ଅଜଣା.. ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଦୁଇ ହାତ ପାତି

Sunil Chandra Nayak

Leave a Comment

error: Content is protected !!