ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

  ତୁମେ ଅଛ ବୋଲି 

ତୁମେ ତ ଦେଇଛ ପକ୍ଷୀ ଓଠେ ଭରି
                    କୁହୁକୁହୁ ମିଠା ଗୀତ
ତୁମ ନିର୍ଦ୍ଦେଶରେ ସୂର୍ଯ୍ୟ, ଚନ୍ଦ୍ର, ତାରା
                     ହେଉଛନ୍ତି ଆତଯାତ।
ତୁମେ ଅଛ ବୋଲି ଏଇ ମହୀ ମଣ୍ଡଳ
                   ସୁନ୍ଦର ସବୁଜ ଭରା
ମାଟି ଓ ଆକାଶ ଜଳରେ ସ୍ଥଳରେ
                    ଆନନ୍ଦ ଉତ୍ସବ ଧାରା।
ମାଆ କୋଳ ଠାରୁ ଆକାଶର ଛାତି
                   ସବୁ ତୁମ ନିର୍ଦ୍ଧାରିତ
ସଜୀବ ନିର୍ଜୀବ ପ୍ରତ୍ୟେକ ସୃଷ୍ଟିରେ
                  ତୁମେ ପ୍ରଭୁ ପରିବ୍ୟାପ୍ତ ।
ମାଆ ଗର୍ଭୁ ଶିଶୁ ଜନମ ହୋଇଣ
                 କୁଆଁ କୁଆଁ ରାବୁ ଥାଇ
ଥରକୁ ଥର ସେ ପଡିଯାଇ ପୁଣି
                 ଅଭ୍ୟାସେ ବଳେ ଚାଲଇ।
ଜନମ ,ମରଣ ସବୁ ତୁମ ହାତେ
                  ତୁମେ ମୋକ୍ଷ ଓ କାରଣ
ଏ ସାରା ଜଗତ ନାହିଁ ଆଦି ଅନ୍ତ
                  ସର୍ବ ଘଟେ ନାରାୟଣ।
କେତେ କେତେ ପାପୀ ତରି ଯାଇଛନ୍ତି
                   ତୁମ ନାମ ତୁଣ୍ଡେ ଧରି
ଭାବକୁ ନିକଟ ଅଭାବରୁ ଦୂର
                   ଭକ୍ତ ଡାକେ ହରି ହରି।
ଥରକୁ ଥର ସେ ପଡିଯାଇ ତଳେ
                ପୁଣି ଉଠି ଠିଆ ହୁଏ
ମାଆ ଠୁଁ ଇଶ୍ୱର ନୂଆ ଶବ୍ଦକୋଷ
                 ଅଭ୍ୟାସ ରେ କହୁଥାଏ।
ଅଭ୍ୟାସ ବଳରେ ଶିଶୁଟିଏ କହେ 
                  କେତେ ନୂଆ ନୂଆ କଥା
ଅଭ୍ୟାସ ବଳରେ ଲଘିଂ ଯାଇ ଥାଏ
                     ପାଇ ପୁଣି ସ୍ବାଧୀନତା।
ସୃଷ୍ଟି ଆରମ୍ଭ ରୁ ତୁମେ ଅଛ ପ୍ରଭୁ
                  ସୃଷ୍ଟି ଅନ୍ତେ ତୁମେ ଥିବ
  ଜୀବ ଜଗତରେ ପ୍ରତ୍ୟେକଟି ସୃଷ୍ଟି
                    ତୁମ ନାମ ଗାଉଥିବ।
ଭାଷେ ମହାସ୍ମୀତା ଏ ଜନମ ପରେ
                  ଯେତେ ଜନ୍ମ ଅଛି ମୋର
ତୁମ ଏ ବିଶ୍ୱରେ ଆଉ ଥରେ ପ୍ରଭୁ
                  ପାପୀ ରୂପେ ଜନ୍ମ କର।
ପ୍ରତି ଜନମରେ ତୁମରି ନାମକୁ
                   ମୁଖେ ମୁଁ ଉଚ୍ଚାରୁ ଥିବି 
ଛନ୍ଦା ଚରଣରେ ଏ ପାପୀ ଜୀବନୁ
                   ବାରବାର ଜନ୍ମ ନେବି।।

     ମହାସ୍ମୀତା ଓଝା 

ଜଗତସିଂହପୁର ସାହିତ୍ୟ ପରିଷଦ
( ମକର) ସହ-ସମ୍ପାଦିକା

 

Related posts

ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦ୍ୟାନ ସୃଷ୍ଟି ସମେତ ସେଲ୍ଫି ପଏଣ୍ଟ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

ଜାତୀୟ ରାଜପଥ ପ୍ରସସ୍ତି କରଣ , ଗରିବ ଓ ଧନୀ ମଧ୍ୟରେ ପାତରଅନ୍ତର , ଆନ୍ଦୋଳନ ଦାନା ବାନ୍ଧୁଛି

Sunil Chandra Nayak

Leave a Comment

error: Content is protected !!