ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନରେ ଅଙ୍ଗନବାଡ଼ି ରାତିରେ ଗୁହାଳ

 ତେନ୍ତୁଳିଖୁଣ୍ଟି ୧୪/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଗାଦବା ଗୁଡା ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଛନ୍ତି,ସହାୟିକା ନିଯୁକ୍ତ ଅଛନ୍ତି ,ଅଙ୍ଗନବାଡ଼ି ଗୃହ କୁ ବିପଦ ସଂକୁଳ ଘୋଷଣା କରି କେନ୍ଦ୍ର ବନ୍ଦ କରିଦେଇଛନ୍ତି ପ୍ରଶାସନ। ପାଞ୍ଚ ବର୍ଷ ହେଲାଣି ବିପଦ ଶଙ୍କୁଳ ଘୋଷଣାର , ଅଥଚ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ପ୍ରଶାସନ ପ୍ରୟାସ କରିନି। ବିଚରା ଅଙ୍ଗନବାଡ଼ି କର୍ମୀ ପ୍ରାକ ବିଦ୍ୟାଳୟ ଶିକ୍ଷା ଓ ଗର୍ଭବତୀ ଙ୍କୁ ଖାଦ୍ୟ ତ ଦେବାକୁ ପଡିବ ନିଜର କର୍ମସଂସ୍ଥାନ ଵଞ୍ଚାଇବା ପାଇଁ କରିବ କଣ ? ଶେଷକୁ ଗ୍ରାମ ର ଜନୈକ ବ୍ୟକ୍ତି ଙ୍କ ସହଯୋଗ ରେ ତାଙ୍କ ଘର ସମ୍ମୁଖ ଚାଳ ଘରେ ଅଙ୍ଗନବାଡ଼ି ର କାର୍ଯ୍ୟ ଆରମ୍ଭ କରିଲେ। ଉକ୍ତ ଚାଳ ଘର କୁ ସେ ବିନା ଅର୍ଥରେ ଯୋଗାଇ ଦେଇଛନ୍ତି।

କିନ୍ତୁ ଉକ୍ତ ଚାଳ ଘର କୁ ସେ ତାଙ୍କ ଗାଈ କୁ ବାନ୍ଧିବା ସହ ଖାଦ୍ୟ ଆଦି ପ୍ରଦନ କରିବା ରେ ବ୍ୟବହାର କରିଥାନ୍ତି। ସରକାର ଆମ ଅଙ୍ଗନବାଡି କେନ୍ଦ୍ର ବୋଲି ସୂଚନା ଫଳକ ମାରୁଛନ୍ତି, ପ୍ରାକ ବିଦ୍ୟାଳୟ ଶିକ୍ଷା ଓ ଗର୍ଭବତୀ ମା ଙ୍କ ପାଇଁ ଗୃହ ଟି ଏ ଦେବାରେ ବର୍ଷ ବର୍ଷ ବିତି ଯାଉଛି। ବିଡ଼ମ୍ବନା ର ବିଷୟ ହେଲା ଯେଉଁଠି ରାତିରେ ଗୁହାଳ ଭାବେ ବ୍ୟବହାର କରାଯାଉଛି ସେଇଠି ଦିନରେ ପ୍ରାକ ବିଦ୍ୟାଳୟ ଶିକ୍ଷା ଓ କୋମଳ ମତି ଶିଶୁ ଙ୍କୁ ଖାଦ୍ୟ ଦେବା କେତେଦୂର ନିରାପଦ ? ତେନ୍ତୁଳିଖୁଣ୍ଟି ବ୍ଲକ ରେ କେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ କାର୍ଯ୍ୟ ଆରମ୍ଭ ହୋଇ ଅଧାରୁ ବନ୍ଦ ତ କେଉଁଠି ଏମ ଜି ଏନ ଆର ଜି ଏ ର ମେଟେରିଆଲ ବିଲ ପାଇଁ ଅର୍ଥ ନଥିବାରୁ ଅଙ୍ଗନବାଡ଼ି ଗୃହ ଅଧା ରେ ରହିଛି ଓ କେନ୍ଦ୍ର ଭଙ୍ଗା ଦଦରା ଯୁବକ ସଂଘ ଗୃହରେ ଚାଲିଛି। ପରଜା ବାରଙ୍ଗ ପଦର ଗ୍ରାମ ର ଅଙ୍ଗନବାଡ଼ି ଗୃହ ଭଙ୍ଗା ଦଦରା ଯୁବକ ସଂଘ ଘରେ ଚାଲିଛି ଅଥଚ ଅର୍ଥ ନଥିବାରୁ କାମ ଅଧାରେ ଅଟକିଛି। 2020 ନୂତନ ଶିକ୍ଷା ନୀତି ରେ ପ୍ରାକ ବିଦ୍ୟାଳୟ ଶିକ୍ଷା କୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ କଣ ଏଭଳି ଗୁହାଳ ଘର ବା ଯୁବକ ସଂଘ ଘରେ ପ୍ରାକ ବିଦ୍ୟାଳୟ ଶିକ୍ଷା ଦିଆ ଯିବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜନଜାତି ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ, ଯୁକ୍ତ ୨ ଖୋଲିବାକୁ ଦାବି ଜଣାଇଲେ ଅଞ୍ଚଳବାସୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!