ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦାବଟି ନ ଦେବାରୁ ଗୁଳିମାଡ଼ରେ ମହିଳାଙ୍କ ଜୀବନ ଗଲା, ଅଭିଯୁକ୍ତ ଫେରାର

ନୂଆପଡା: ଦାଦାଵଟି ନ ଦେଵାରୁ ଜଣେ ମହିଳାଙ୍କୁ ଗୁଳିକରି ହତ୍ଯା। ଗୁଳି ଚଳାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଏଭଳି ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ।ସୂଚନା ଅନୁଯାୟୀ, କୋମନା ଥାନା ଠୁଟିଵର ଗାଁର ଶରତ ଚନ୍ଦ୍ର ସାହୁ (୬୫) ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଶଵର (୪୫) ଘରେ ଶୋଇଥିବା ବେଳେ ହଠାତ୍ କେହି ଜଣେ କବାଟ ବାଡ଼େଇଥିଲା। ସେମାନେ କବାଟ ଖୋଲିବାରୁ ଦେଖିଲେ ସେହି ଗ୍ରାମର ନୀଳାମ୍ବର ସୁନା ଏକ ପିସ୍ତଲ ଧରି ଠିଆ ହୋଇଛି। ନୀଳାମ୍ବର ଶରତ ଚନ୍ଦ୍ର ସାହୁଙ୍କୁ ୧୦ ହଜାର ଟଙ୍କା ଦାଦାଵଟି ମାଗିଥିଲା। ଶରତ ମନା କରିବାରୁ ତାଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇବା ବେଳେ ସ୍ତ୍ରୀ କୁମୁଦିନୀ ସାମ୍ନାକୁ ଆସିଥିଲେ। ଫଳରେ ଗୁଳିମାଡ଼ରେ ଘଟଣାସ୍ଥଳରେ କୁମୁଦିନୀ ଟଳିପଡି ଥିଲେ ।ଏହାପରେ ନୀଳାମ୍ବର ସୁନା କେଉଁଆଡ଼େ ଚମ୍ପଟ ମାରିଥିଲା। ଖବର ପାଇ କୋମନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁମୁଦିନୀଙ୍କ ମୃତଦେହ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଘଟଣାର ତଦନ୍ତ କରିବା ସହ ଫେରାର ନୀଳାମ୍ବର ସୁନାକୁ ଧରିବା ଲାଗି ତନାଘନା ଚଳାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

 

 

Related posts

ପ୍ରତିମା ଶତପଥି ଙ୍କ କବିତା ଶୀତ ଆସିଛି

Sunil Chandra Nayak

ପାଇଖାନା କାନ୍ଥ ପଡି ବାଳକର ମୃତ୍ୟୁ

Sunil Chandra Nayak

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

Sunil Chandra Nayak

Leave a Comment

error: Content is protected !!