ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଜପା ଧର୍ମଗଡ ନଗର ମଣ୍ଡଳ ବୈଠକ

ସହରାଞ୍ଚଳ ପାଇଁ ୧୧ଦଫା ଚିଠା ପ୍ରସ୍ତାବ ଆଗତ

ଧର୍ମଗଡ:୧୫/୭/୨୨: ଧର୍ମଗଡ ସ୍ଥିତ ହୋଟେଲ ରାଜ ପରିସର ରେ ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନଗର ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟଯୋଷୀ, ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ,ଧର୍ମଗଡ ନଗରପାଳ ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଧର୍ମଗଡ ସହର ର ବିଭିନ୍ନ ସମସ୍ୟା କୁ ନେଇ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଈ ଥିଲା । ଧର୍ମଗଡ ଠାରେ ଆଇଟିଆଇ ସ୍ଥାପନ, ଧର୍ମଗଡ ସହରାଞ୍ଚଳ ବଢ଼ୁ ଥିବା ଚୋରି କୁ ରୋକିବା ପାଇଁ ପୋଲିସ ପେଟ୍ରୋଲିଙ୍ଗ କୁ ବୃଦ୍ଧି, ଚାରିଛକ ଏବଂ ତିନିଛକ ଠାରେ ଟ୍ରାଫିକ ପୋଷ୍ଟ ସ୍ଥାପନ, ଉପଖଣ୍ଡ ଚିକିତ୍ସାଳୟ ରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନିଯୁକ୍ତି, ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଅନୁପାତ ଅନୁସାରେ ଶିକ୍ଷକ ନିଯୁକ୍ତି ଆଦି ଦାବୀ ଚିଠା ପ୍ରସ୍ତାବ ରେ ସ୍ଥାନିତ ହୋଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ଢ଼େଙ୍କାନାଳ – ମନ୍ତ୍ରୀ ଙ୍କ ଦ୍ଵାରା କମ୍ୟୁନିଟି ସେଣ୍ଟର ଉଦଘାଟିତ

Sunil Chandra Nayak

ଧର୍ମଗଡ ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ

Sunil Chandra Nayak

ଗୋଲାମୁଣ୍ଡା ପୋଲିସର ବଡ ସଫଳତା – ଚୋରା ଚାଲାଣ ବେଳେ ୪୨ କିଗ୍ରା ଗଞ୍ଜେଇ ଜବତ,ଦୁଇଜଣ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!