ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଜପା ଧର୍ମଗଡ ନଗର ମଣ୍ଡଳ ବୈଠକ

ସହରାଞ୍ଚଳ ପାଇଁ ୧୧ଦଫା ଚିଠା ପ୍ରସ୍ତାବ ଆଗତ

ଧର୍ମଗଡ:୧୫/୭/୨୨: ଧର୍ମଗଡ ସ୍ଥିତ ହୋଟେଲ ରାଜ ପରିସର ରେ ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନଗର ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟଯୋଷୀ, ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ,ଧର୍ମଗଡ ନଗରପାଳ ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଧର୍ମଗଡ ସହର ର ବିଭିନ୍ନ ସମସ୍ୟା କୁ ନେଇ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଈ ଥିଲା । ଧର୍ମଗଡ ଠାରେ ଆଇଟିଆଇ ସ୍ଥାପନ, ଧର୍ମଗଡ ସହରାଞ୍ଚଳ ବଢ଼ୁ ଥିବା ଚୋରି କୁ ରୋକିବା ପାଇଁ ପୋଲିସ ପେଟ୍ରୋଲିଙ୍ଗ କୁ ବୃଦ୍ଧି, ଚାରିଛକ ଏବଂ ତିନିଛକ ଠାରେ ଟ୍ରାଫିକ ପୋଷ୍ଟ ସ୍ଥାପନ, ଉପଖଣ୍ଡ ଚିକିତ୍ସାଳୟ ରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନିଯୁକ୍ତି, ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଅନୁପାତ ଅନୁସାରେ ଶିକ୍ଷକ ନିଯୁକ୍ତି ଆଦି ଦାବୀ ଚିଠା ପ୍ରସ୍ତାବ ରେ ସ୍ଥାନିତ ହୋଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ସ୍ମୃତି ଯଦି କେବେ

Sunil Chandra Nayak

ବ୍ଲକ ଅଧ୍ୟକ୍ଷ ବିନ୍ଦୁମହାନନ୍ଦଙ୍କ ସହ ଜନକଲ୍ୟାଣ ସାମ୍ବାଦିକ ସଂଘର ଗୁରୁତ୍ୱପୂର୍ଣ୍ଣ ଆଲୋଚନା

Sunil Chandra Nayak

Leave a Comment

error: Content is protected !!