ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ପୋଲିସର ବଡ ସଫଳତା – ଚୋରା ଚାଲାଣ ବେଳେ ୪୨ କିଗ୍ରା ଗଞ୍ଜେଇ ଜବତ,ଦୁଇଜଣ କୋର୍ଟ ଚାଲାଣ

ଗୋଲାମୁଣ୍ଡା ୨୭/୦୭/ମସିହା  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ନିକଟେ ଗୋଟିଏ ହୁଣ୍ଡି କାର ଓ ଡି ୦୮ – ୮୮୫୫ ଗାଡ଼ି କୁ ଯାଞ୍ଚ୍ କରିବା ଦ୍ଵାରା ପାଖାପାଖି ୪୨ କିଲୋଗ୍ରାମ ର ଗଞ୍ଜେଇ ମିଳିଥିବା ସୁଚନା ମିଳିଛି । ଗଞ୍ଜେଇ ଚାଲାଣକାରି ମାନେ ବଲଧିଆମାଲ ଗ୍ରାମର ଅଭୟ ବେହେରା ପିତା ପ୍ରଦ୍ୟୁମ୍ନ ବେହେରା ଓ ଜୁନାଗଡ଼ ବ୍ଲକ ବଲଦିଆମାଲ ପଞ୍ଚାୟତର ସମିତି ସଭ୍ୟ ପ୍ରକାଶ ମେହେର ପିତା ରଘୁକେଶ ମେହେର ବୋଲି ଜଣାପଡିଛି ।ଚଲିତ ମାସରେ ଗୋଲାମୁଣ୍ଡା ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଯୁଗଲ ଶବର ଙ୍କ ନେତୃତ୍ବରେ ଦ୍ବିତୀୟ ଥର ଗଞ୍ଜେଇ ଧରିବାରେ ସଫଳତା ହାସଲ କରିଛନ୍ତି । ଗତ ୧୦ -୭- ୨୦୨୨ ରେ ମଧ୍ୟ ପେଟ୍ରୋଲିଙ୍ଗ ସମୟରେ ଦୁଇଜଣ ବ୍ୟକ୍ତି ଙ୍କୁ ଧରି ତାଙ୍କ ଠାରୁ କି.୬.୫୦୦ ଗ୍ରାମ ଗଞ୍ଜେଇ ଧରି କୋଟ ଚାଲାଣ କରିଥିଲେ । ଏହିଭଳି ଗଞ୍ଜେଇ ଚାଲାଣ ରାକେଟ ର ପର୍ଦ୍ଦାଫାଶ କରିଥିବାରୁ ଗୋଲାମୁଣ୍ଡା ପୋଲିସ ର ସଫଲତା କୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜୁନାଗଡ଼ ବ୍ଳକ ବଲଧିଆମାଲ ର ୨ଜଣ ଯୁବକଙ୍କୁ ଗିରଫ କରି କେସ ନମ୍ବର ୧୩୨/୨୨ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଆଜି ଗିରଫ ଅଭିଯୁକ୍ତମାନଙ୍କୁ ଧର୍ମଗଡ ଏସ୍ ଡି ଜେ ଏମ୍ କୋର୍ଟ କୁ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀଯୁକ୍ତ ଯୁଗଲ ଶବର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

ଐତିହସିକ ପୋଡାଗଡ ରେ ନୁଆଖାଇ ଭେଟ୍ ଘାଟ୍

Sunil Chandra Nayak

କଲେଇଗାଁ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!