ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ନାମରେ ଏନବିଡ୍ଲୁ ଜାରୀ

ଚନ୍ଦାହାଣ୍ଡି (ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼ ଙ୍କ ନାମରେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ରୁ ଜାମିନ ବିହୀନ ପରଓ୍ବାନା (ଏନବିଡ୍ଳୁ ) ଜାରୀ ହୋଇଥିବା ଜଣାପଡିଛି । ତାଙ୍କ ନାମରେ ଜିଆର କେସ୍ ନମ୍ବର ୫୨୨/୧୭ ପ୍ରକାରେ ଆଇପିସିର ଧାରା ୪୨୦ ଏବଂ ୪ ଓ ୫ ମନି ସରକୁଲେଟିଙ୍ଗ ଆକ୍ଟ ରେ ଏକ ମାମଲା ୨୦୧୭ ମସିହାରେ ରୁଜୁ ହୋଇ ସେ ଜେଲ୍ ହାଜତକୁ ଯାଇଥିଲେ । ଉକ୍ତ ମାମଲା ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତରେ ବିଚାରାଧୀନ ରହିଥିବା ବେଳେ ସେ ନିୟମିତ କୋର୍ଟ ରେ ହାଜର ନହେବାରୁ ମାନ୍ୟବର ଅଦାଲତ ଗତ ୧୩ ତାରିଖରେ ତାଙ୍କ ବିରୁଦ୍ଧରେ ଏନବିଡ୍ଳୁ ଚନ୍ଦାହାଣ୍ଡି ଥାନା କୁ ପଠେଇଥିବା ଜଣାପଡିଛି । ତେବେ ପୁଲିସ ତାଙ୍କୁ ଗିରଫ କରିନଥିବା ଜଣାପଡିଛି । ପ୍ରକାଶ ଥାଉକି ବାସୁଦେବଗୌଡ଼ ଗତ ପଞ୍ଚାୟତ ନିର୍ବାଚନ ରେ ମୋହରା ଗ୍ରାମ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ନାମାଙ୍କନ ସମୟରେ ସେ ମିଥ୍ୟା ଶପଥ ପାଠ ଦେଇଥିବା ନେଇ ଉମରକୋଟ ସବ୍ ଜର୍ଜ ଙ୍କ ଅଦାଲତରେ ବିପକ୍ଷ ପ୍ରାର୍ଥୀ ଏକ ନିର୍ବାଚନ ମାମଲା ଦାୟର କରିଥିବା ବେଳେ ଉକ୍ତ ମାମଲା ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀ ପରିଚାଳନା କରୁଥିବା ଜଣାପଡିଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସରସ୍ଵତୀ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳିତ

Sunil Chandra Nayak

ଓଡ଼ିଆ ଭଜନ ‘ଶ୍ରୀରାମ’ ର ଶୁଭ ଉନ୍ମୋଚନ

Sunil Chandra Nayak

ଗୁପ୍ତ ଧନ ପାଇବା ଆଶାରେ ବାପାଙ୍କୁ ବଳୀ ଦେବା ଉଦ୍ୟମ – ଶେଷରେ ଜେଲ ଗଲା ପୁଅ

Leave a Comment

error: Content is protected !!