ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ବିଦ୍ୟାଦାତା ଶ୍ରୀଗଣେଶ

 ବିଦ୍ୟାଦାତା ଶ୍ରୀଗଣେଶ

ତ୍ରିଲୋଚନ ପାଢ଼ୀ (ଶିକ୍ଷକ )

ଆମ ସଂସ୍କୃତିରେ ଭାଦ୍ରବ ମାସରେ
        ଆସିଛି ଗଣେଶ ପୂଜା
ସକଳ ପୂଜାରେ ଅଗ୍ର ପୂଜ୍ୟ ପ୍ରଭୁ
      ବିଦ୍ୟା, ବୁଦ୍ଧି, ଜ୍ଞାନ ଦାତା ||
ମାତା ପାର୍ବତୀଙ୍କ ଅଙ୍ଗ ମଉଳିରୁ
         ସୃଷ୍ଟି ହେଲେ ଗଣପତି
ସର୍ବ ଦେବାଦେବୀ ଆଶିଷ ବଳରେ
         ଅର୍ଜିଲେ ଅଶେଷ ଖ୍ୟାତି ||
ବିଘ୍ନ ବିନାଶନ ପ୍ରଭୁ ଗଜାନନ
          ବିଦ୍ୟା, ବୁଦ୍ଧିର ଦେବତା
ଗଣେଶ ଚତୁର୍ଥୀ ପବିତ୍ର ତିଥିରେ
          ଗଣନାଥ ଉପାସନା ||
ଗଣେଶ ପୂଜାରେ ଶିକ୍ଷା ଅନୁଷ୍ଠାନ
            ଅପରୂପ ସାଜସଜ୍ଜା
ଭୋଗ, ନୈବେଦ୍ୟ ଓ ପୁଷ୍ପାଞ୍ଜଳି ଦେଇ
         ବିଦ୍ୟାର୍ଥ କରନ୍ତି ପୂଜା ||
ମୂଷିକ ବାହାନେ ବିଜେ ବିଦ୍ୟାଦାତା
       ହସ୍ତରେ ଶୋଭେ ଲେଖନୀ
ବିଦ୍ୟା, ବୁଦ୍ଧି, ଜ୍ଞାନ ଲଭିବାକୁ ଭକ୍ତ
             ପ୍ରଭୁଙ୍କୁ କରେ ଦୟିନୀ ll
ସମ୍ପାଦକ,
 “ସମ୍ବାଦ ସାହିତ୍ୟ ଘର “,ନାଉଗାଁ
ସମ୍ପାଦକ,”ତ୍ର୍ୟମ୍ବକମ୍ “
ସା :ପୋ -ନନ୍ଦିଗ୍ରାମ , ଭାୟା -ନାଉଗାଁ ହାଟ
ଜିଲ୍ଲା -ଜଗତସିଂହପୁର , ପିନ -754113

Related posts

ଏମ୍ ରାମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନିରୁପମା ପାଣି ଙ୍କ କବିତା   ମୁଁ ନୁହେଁ ଲେଖକ

Sunil Chandra Nayak

ବନ୍ଧୁ ମିଳନ ପର୍ବ

Sunil Chandra Nayak

Leave a Comment

error: Content is protected !!