ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫାଲଗୁନି ରଣା ଙ୍କ କବିତା ଜୟ ଗଣନାଥ

ଜୟ ଗଣନାଥ

ଜୟ ଜୟ ଗଣନାଥ ଗ‌ଉରୀ ନନ୍ଦନ..
ମୂଷିକ ବାହନେ ଦିଶ ଅତି ଶୋଭାବନ..୧
ନ ଜାଣ‌ଇ ବେଦ ବିଦ୍ୟା ଜନ୍ମୁ ନିରକ୍ଷର..
ଶୁଭ ବୁଦ୍ଧି ଦେଇ ବିଭୋ ମତେ କୃପା କର..୨
ରକ୍ଷା କର ଏ ଘୋର ବିପତ୍ତି ଆସେ ଧାଇଁ..
ତୋତେ ହିଁ ଭରସା କରି ରହିଛି ଅନାଇଁ..୩
ଇଶ୍ଵର ତୁ ଅବିନାଶୀ ବିଘ୍ନ ବିନାଶନ..
ଏକନିଷ୍ଠେ ସୁମରିଲେ ହେଉ ସୁପ୍ରସନ୍ନ..୪
ନ କର‌ଇ କୁବେର ସମାନେ ତିଳେ ଆଶ..
ଅବା ପରସ୍ବ ହରଣେ ନାହିଁ ମୋ ପ୍ରୟାସ..୫
ସିଦ୍ଧି ବିନାୟକ ତୁହି ପୂଜ୍ୟ ବିଘ୍ନରାଜ..
ସୁଦୟା କରିଣ ପ୍ରଭୁ ମାନସେ ବିରାଜ..୬
ଯଶଧନ ଯ‌ଉବନ ନାହିଁ ଦରକାର..
ତୁ ପରା ମୋର ସର୍ବସ୍ବ ଶ୍ରେଷ୍ଠ ସରକାର..୭
ରମ୍ୟ ଦିଶେ ତୋର ତନୁ ଅପରୂପ ବେଶ
ଦର୍ଶନ କଲେ ନ ହୁଏ ବିଘ୍ନର ପ୍ରବେଶ..୮
ସକଳ ବିଦୁଷଜନେ ତୋତେ ଆଶ୍ରା କରି
ଭକ୍ତିପ୍ଲୁତ ଚିତ୍ତେ ହ୍ବନ୍ତି କିଙ୍କର କିଙ୍କରୀ..୯
ରହିଥିବ ମୋ ପିଣ୍ଡରେ ପ୍ରାଣ ଯେତେଦିନ
କେବେ ନୋହିବ ଅନ୍ତର ଭକତି- ବିହୀନ..୧୦

ଫାଲଗୁନି ରଣା,

ମହୁଆଭଟା, ନୂଆପଡ଼ା

Related posts

ପ୍ରବଳ ବର୍ଷା ଯୋଗୁଁ ଆପ୍ରୋଚ ରୋଡ଼ ଧୋଇ ଗଲା… ଧର୍ମଗଡ଼ କୁ ଯୋଗାଯୋଗ ବିଚ୍ଛିନ୍ନ….

Sunil Chandra Nayak

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

Sunil Chandra Nayak

ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ର ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!