ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ଓଁ ନମଃ ଗଣେଶାୟଃ

  ଓଁ ନମଃ ଗଣେଶାୟଃ

ଜୟ ଜୟ ଶ୍ରୀ ଗଣେଶ ପାର୍ବତୀ ନନ୍ଦନ
ଭକ୍କ୍ତି ପୁଷ୍ପରେ ତୁମକୁ କରେ ଆବାହନ ।
କ୍ଷୁଦ୍ର ମୂଷିକ ଯାହାର ଅଟଇ ବାହନ 
ଲମ୍ବୋଦର ପ୍ରଭୁ ଆହେ ଦେଵ ଗଜାନନ ।
ଅଗ୍ରପୂଜ୍ୟ ତୁମେ ଯେ କର ଜ୍ଞାନ ପ୍ରଦାନ
ସର୍ବ ଦେବା ଦେବୀଙ୍କ ଅତି ପ୍ରିୟ ଭାଜନ ।
ମୁଖେ ବକ୍ରତୁଣ୍ଡ କପାଳେ ଟୋପେ ଚନ୍ଦନ
ଶୀମୁଖର କରେ ଅସୀମ ଶୋଭା ବର୍ଦ୍ଧନ ।
କୋଟି ସୂର୍ଯ୍ୟ ଜ୍ୟୋତି ନେଇ ସଦା ବିଦ୍ୟମାନ
ଭକ୍ତି ଭକ୍ତ ମଧ୍ୟେ ତୁମ ଅତୁଟ ଏ ବନ୍ଧନ ।
ରିଦ୍ଧି ସିଦ୍ଧି ବିନାୟକ ଦେବ ପ୍ରଭଞ୍ଜନ
କର ପ୍ରଭୁ ସଭିଙ୍କର ସଙ୍କଟ ମୋଚନ ।
ପ୍ରଣତି ଢାଳଇ କରି ଭକ୍ତି ନିବେଦନ
ଦୂର କର ପ୍ରଭୁ ସଂସାରୁ ସବୁ ଅଜ୍ଞାନ ।
ତୁମ ଆଶିଷେ ଶାଣିତ ମୋ କଲମ ମୁନ
ଝରୁଥାଉ ଶବ୍ଦ ସର୍ବଦା ମନକୁ ମନ ।।

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଶରଣ

Sunil Chandra Nayak

ବାଲାଜି ସେଠୀ ଙ୍କ  ଏକ ହାସ୍ୟରସ ବ୍ୟଙ୍ଗ କ୍ଷୁଦ୍ର ଗୀତିନାଟ୍ୟ # ମୋଟା ବିଚାର #

Sunil Chandra Nayak

Leave a Comment

error: Content is protected !!