ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିମ୍ନ ମାନର ଛତୁଆ ବଣ୍ଟନ ନେଇ ଉପ ଜିଳାପାଳଙ୍କୁ ବ୍ଲକ ଅଧ୍ୟକ୍ଷ ସମେତ ସରପଞ୍ଚ୍ ଲେଖିଲେ ଚିଠି

ଗୋଳାମୁଣ୍ଡା ତା, ୨୯/୪ ( ମ ନି ସ)  ଗର୍ଭବତୀ ପ୍ରସୂତି ମାଁ ଓ ଶିଶୁ ମାନଙ୍କ ପାଇଁ ଛତୁଆ ଯୋଗାଇ ଦେବାରେ ସରକାର ଶହ ଶହ କୋଟି ଟଙ୍କା ଅନୁଦାନ କରୁଥିବା ବେଳେ ଦାୟିତ୍ବ ରେ ଥାଇ ଛତୁଆ ବଣ୍ଟନ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିଜର ଆର୍ଥିକ ପ୍ରଚୁର ଲାଭ ଲୋଭରେ ଅତି ନିମ୍ନ ମାନର ଛତୁଆ ବଣ୍ଟନ କରୁଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗୋଳାମୁଣ୍ଡା ବ୍ଲକ ଅଧିନ ବିଶ୍ବ ମାଁ ବନ ଦୁର୍ଗା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୋଳାମୁଣ୍ଡା ଓ ମାନଝରୀ ଗ୍ରାମ ପଞ୍ଚାୟତ ଅଞ୍ଚଳ ରେ ଛତୁଆ ବଣ୍ଟନ କରୁଛି , ହେଲେ ଗର୍ଭବତୀ ପ୍ରସୂତି ମାଁ ଓ ଶିଶୁ ମାନଙ୍କୁ ଦେଉଥିବା ଛତୁଆ ଅତି ନିମ୍ନ ମାନର ତଥା ମଣିଷ ଖାଇ ହେବା ଭଲି ମାନର ନ ଥିବାରୁ ବାଧ୍ୟ ହୋଇ ଛତୁଆ ଦେଇ ଲୁଣ ବଦଳାଉଥିବାର ଅଭିଯୋଗ କରିଛନ୍ତି । ଏକ ମହିଳା ଗୋଷ୍ଠୀ ଦୀର୍ଘ ବର୍ଷରୁ ଛତୁଆ ବଣ୍ଟନ କରୁଥିବାରୁ ଏପରି ନିମ୍ନ ମାନର ଛତୁଆ ଦେଉଛନ୍ତି ତେଣୁ ମାଁ ବିଶ୍ବ ବନ ଦୁର୍ଗା ନିମ୍ନ ମାନର ଛତୁଆ ବଣ୍ଟନ କରୁଥିବାରୁ ତୁରନ୍ତ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ , ଗୋଳାମୁଣ୍ଡା ଓ ମାନଝରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ୍ ଧର୍ମଗଡ ଉପ ଜିଳାପାଳଙ୍କୁ ଚିଠି କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ ।

Related posts

ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Sunil Chandra Nayak

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବୈଠକ

Sunil Chandra Nayak

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

Leave a Comment

error: Content is protected !!