ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣସ ଗଛରୁ ପଡି ଜଣେ ବ୍ଯକ୍ତି ଗୁରୁତର

ଥୁଆମୂଳ ରାମପୁର:୨୯/୪- ଥୁଆମୂଳ ରାମପୁର ମୂଖ୍ଯାଳୟ ଠାରେ ଥିବା କାଳୀମନ୍ଦିର ପଡାର ଯୁବକ ପଣସ ଗଛରୁ ଖସି ପଡିବାରୁ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାରୁ ଜଣାଯାଇଛି ଯେ, ଟୁନା ପୁଝାରୀ ୪୨ ପି, ଗଜେନ୍ଦ୍ର ପୁଝାରୀ ସେ ପଣସ ତୋଳିବା ପାଇଁ ଗଛରେ ଚଢିଥିଲେ। ଏହି ସମୟର ହଠାତ୍ ଗୋଡ ଖସି ଯିବାରୁ ତଳେ ପଡି ଯାଇଥିଲେ ଏଭଳି ଅନୁମାନ କରାଯାଉଛି। ଯାହା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ସମ୍ପକୀୟ ଲୋକେ ଓ ପଡୋଶୀ ଦୀପକ ବାରିକଙ୍କ ସହାୟତାରେ ନିଆଗଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦେହାବସ୍ଥାରେ ପରିବର୍ତ୍ତନ ନହେବାରୁ ଅଧିକ ଗୁରୁତର ହେବା ସମ୍ଭାବନା କୁ ନେଇ ଡାକ୍ତର ଭବାନୀପାଟଣା ମୂଖ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଟୁନା ପୁଝାରୀ ଏକ ଗରିବ ପରିବାରର ହୋଇ ଥିବାରୁ ପ୍ରତିଦିନ ଦିନ ମଜୁରିଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି ପରିପ୍ରେକ୍ଷୀରେ ଏବେ ତାଙ୍କୁ ବିପଦ ଘନେଇ ଆସିଛି, ତେବେ ତାଙ୍କ ପରିବାର ଚଳିବେ କେମିତି ସେ ଚିନ୍ତାରେ ରହିଛନ୍ତି ପରିବାର ଲୋକେ ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗକୁ ରିପୋର୍ଟ

Related posts

ବିଜେଡିର ବାଜିମାତ୍ – କଂଗ୍ରେସ ଓ ବିଜେପିକୁ ମିଳିଛି କେବଳ ଗୋଟିଏ   ଗୋଟିଏ ୱାର୍ଡ

Sunil Chandra Nayak

ଇଣ୍ଡୋ ନେପାଲ ଖୋଖୋ ଟ୍ରଫି ଜିତିଲେ ଖଡ଼ିଆଳ ଛାତ୍ର

Sunil Chandra Nayak

ଓଡ଼ିଶାର କଳା ଓ କ୍ରୀଡା ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!