ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫାର୍ମ ହାଉସ ପୋଡ଼ି ପାଉଁଶ, ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଭଟାଙ୍ଗ ଗ୍ରାମରେ ଏକ ଫାର୍ମ ହାଉସ ପୋଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ନର୍ଲା ନିକଟସ୍ଥ ତୁଲାଗାଁ ଚାଷୀ ଇଶ୍ଵର ଚନ୍ଦ୍ର ସା ଭଟାଙ୍ଗଗାଁର ପ୍ଲଟ ନଂ ୩୬୭ରେ ୨ ଏକର ୫୮ ଡିସିମିଲ ସ୍ଥାନରେ ଫାର୍ମ ହାଉସ ନିର୍ମାଣ କରି କୃଷି କାର୍ଯ୍ୟ ତୁଲାଉଥିଲେ। ଗତକାଲି ଅପରାହ୍ନରେ ହଠାତ୍ ନିଆଁ ଦାଉରୁ ଅନେକ ସମ୍ପତ୍ତି ପୋଡି ଯାଇଥିବା ସେ ନର୍ଲା ଥାନାରେ ଏତଲା ଦେଇଛନ୍ତି। ନିଆଁ ଲାଗିବା ପରେ ନର୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ସତ୍ତ୍ବେ ନିଆଁ ଦାଉରୁ ୨୦୦ ବର୍ଗ ଫୁଟର ଛାୟା ଗୃହ, ପାଣି ପାଇପ ୪୨ ଗୋଟି, ବୁନ୍ଦା ଜଳସେଚନ ପାଇପ ୧୦ ବେଣ୍ଡଲ, ମଲଚିଙ୍ଗ ପଲିଥିନ ,୬୪ ଗୋଟି ଆମ୍ବ ଗଛ ସହ ଡାଲିମ୍ବ, ପିଜୁଳି, ଲେମ୍ବୁ ପରି ଅନେକ ଫଳ ଗଛ ,ଦୁଇ ଗୋଟି ପାଳଗଦା ଓ କୃଷି ଉପକରଣ ନଷ୍ଟ ହୋଇଥିବା ଚାଷୀ ଜଣକ ଉଲ୍ଲେଖ କରିଛନ୍ତି। କୈ।ଣସି ଦୁର୍ବୃତ୍ତ ନିଆଁ ଲଗାଇ ଏସବୁ ନଷ୍ଟ କରିଥିବା ଚାଷୀ ଜଣକ ଅଭିଯୋଗ ଆଣିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କବିତା – ନିଃଶବ୍ଦ ନିନାଦ

Sunil Chandra Nayak

ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସୁବ୍ରତ ବକଚି 

Sunil Chandra Nayak

ସମାଜସେବୀ ଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!