ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଇନଷ୍ଟିଚ୍ୟୁଟ ପକ୍ଷ ରୁ ବିଷ ମୁକ୍ତ ପରିବା ବିକ୍ରୟ କେନ୍ଦ୍ର ଉଦଘାଟିତ

ଧର୍ମଗଡ:୨୯/୪/୨୨:  ଶ୍ରୀଶ୍ରୀ ରବଶଙ୍କର ଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ପକ୍ଷରୁ ପରମ୍ପରା ଗତ କୃଷି ବିକାଶ ଯୋଜନା ରେ ଧର୍ମଗଡ ଠାରେ ଶ୍ରୀଶ୍ରୀ ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସ ତରଫରୁ ବିଷ ମୁକ୍ତ ପରିବା ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଶୁକ୍ରବାର ଧର୍ମଗଡ ସାପ୍ତାହିକ ହାଟ ଦିନ ରେ ସ୍ଥାନୀୟ ଡାକ ବଙ୍ଗଳା ନିକଟରେ ଏହି ବିକ୍ରୟ କେନ୍ଦ୍ର ଖୋଲା ଯାଇ ଥିଲା । ପିକେଭିୱାୟୀ ଜିଲ୍ଲା ସଂଯୋଜକ ସୁନୀତାରାଣୀ ପ୍ରଧାନ ଏହାର ଉଦଘାଟନ କରିଥିଲେ । କୌଣସି ରାସାୟନିକ ସାର ପ୍ରୟୋଗ କରାନଯାଇ କେବଳ ଜୈବିକ ସାର ବ୍ୟବହାର କରାଯାଇ ଉତ୍ପନ୍ନ ହୋଇଥିବା ଭେଣ୍ଡି , ବରଗୁଡ଼ି , ପିଆଜ , କୋବି ଓ ଆଖୁ ଇତ୍ୟାଦି           ପନି  ପରିବା ଏଠାରେ ବିକ୍ରୟ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଏଲ ଆର ପି ତ୍ରିଲୋଚନ ନାଏକ, ବିଦ୍ୟାଧର ନାଏକ, ଦେବରାଜ ନାଏକ, କବିତା ବେହେରା, ପୂର୍ଣ୍ଣ ଚନ୍ଦ୍ର ନାଏକ, ଝସକେତନ ପ୍ରଧନୀ, ରିଖିରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଯେ ଉପରୋକ୍ତ ଯୋଜନା ରେ ଧର୍ମଗଡ ବ୍ଲକ ରେ ୬ ଟି କ୍ଲଷ୍ଟର କୁଟୁରୁ, ଗୋଡଭଞ୍ଜା, ତାରାପୁର, ପୋଡ ବେଡା, ଖନା ତରା ଓ ମାଲ ପଡ଼ା ପ୍ରଭୃତି ଗ୍ରାମ ରେ ପ୍ରାୟ ୩ ଶହ ଚାଷୀ ପାରମ୍ପରିକ ଜୈବିକ ସାର ପ୍ରୟୋଗ କରି ବିଷ ମୁକ୍ତ ପନିପରିବା ଚାଷ କରୁଛନ୍ତି । ଚାଷୀ ମାନଙ୍କ ଉତ୍ପାଦିତ ପନିପରିବା ର ବଜାର ବ୍ୟବସ୍ଥା ପାଈ ସଂସ୍ଥା ପକ୍ଷ ରୁ ଏହି ବିକ୍ରୟ କେନ୍ଦ୍ର ଖୋଲା ଯାଇଥିବା କୁହାଯାଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ରାସୋଳ ମହୋତ୍ସବ ର ୨ୟ ସାଂସ୍କୃତିକ ସଂଧ୍ୟା:ନୃତ୍ୟ ଗୀତ ରେ ଦୁଲୁକିଲା ମଂଚ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା

Sunil Chandra Nayak

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ,ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!