ଧର୍ମଗଡ:୨୯/୪/୨୨: ଶ୍ରୀଶ୍ରୀ ରବଶଙ୍କର ଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ପକ୍ଷରୁ ପରମ୍ପରା ଗତ କୃଷି ବିକାଶ ଯୋଜନା ରେ ଧର୍ମଗଡ ଠାରେ ଶ୍ରୀଶ୍ରୀ ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସ ତରଫରୁ ବିଷ ମୁକ୍ତ ପରିବା ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଶୁକ୍ରବାର ଧର୍ମଗଡ ସାପ୍ତାହିକ ହାଟ ଦିନ ରେ ସ୍ଥାନୀୟ ଡାକ ବଙ୍ଗଳା ନିକଟରେ ଏହି ବିକ୍ରୟ କେନ୍ଦ୍ର ଖୋଲା ଯାଇ ଥିଲା । ପିକେଭିୱାୟୀ ଜିଲ୍ଲା ସଂଯୋଜକ ସୁନୀତାରାଣୀ ପ୍ରଧାନ ଏହାର ଉଦଘାଟନ କରିଥିଲେ । କୌଣସି ରାସାୟନିକ ସାର ପ୍ରୟୋଗ କରାନଯାଇ କେବଳ ଜୈବିକ ସାର ବ୍ୟବହାର କରାଯାଇ ଉତ୍ପନ୍ନ ହୋଇଥିବା ଭେଣ୍ଡି , ବରଗୁଡ଼ି , ପିଆଜ , କୋବି ଓ ଆଖୁ ଇତ୍ୟାଦି ପନି ପରିବା ଏଠାରେ ବିକ୍ରୟ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଏଲ ଆର ପି ତ୍ରିଲୋଚନ ନାଏକ, ବିଦ୍ୟାଧର ନାଏକ, ଦେବରାଜ ନାଏକ, କବିତା ବେହେରା, ପୂର୍ଣ୍ଣ ଚନ୍ଦ୍ର ନାଏକ, ଝସକେତନ ପ୍ରଧନୀ, ରିଖିରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଯେ ଉପରୋକ୍ତ ଯୋଜନା ରେ ଧର୍ମଗଡ ବ୍ଲକ ରେ ୬ ଟି କ୍ଲଷ୍ଟର କୁଟୁରୁ, ଗୋଡଭଞ୍ଜା, ତାରାପୁର, ପୋଡ ବେଡା, ଖନା ତରା ଓ ମାଲ ପଡ଼ା ପ୍ରଭୃତି ଗ୍ରାମ ରେ ପ୍ରାୟ ୩ ଶହ ଚାଷୀ ପାରମ୍ପରିକ ଜୈବିକ ସାର ପ୍ରୟୋଗ କରି ବିଷ ମୁକ୍ତ ପନିପରିବା ଚାଷ କରୁଛନ୍ତି । ଚାଷୀ ମାନଙ୍କ ଉତ୍ପାଦିତ ପନିପରିବା ର ବଜାର ବ୍ୟବସ୍ଥା ପାଈ ସଂସ୍ଥା ପକ୍ଷ ରୁ ଏହି ବିକ୍ରୟ କେନ୍ଦ୍ର ଖୋଲା ଯାଇଥିବା କୁହାଯାଇଛି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।