ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାର୍ଲଡ଼ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ

ନର୍ଲା (ମ.ପ୍ର) ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲସା ପଡା ଗ୍ରାମର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ ୱାର୍ଲଡ଼ ବୁକ ଅଫ ରେକର୍ଡ୍ସ ୟୁନାଇଟେଡ଼ କିଙ୍ଗଡମ ରେ ସ୍ଥାନ ପାଇଛନ୍ତି । ଏହି ଅନୁଷ୍ଠାନ ତରଫରୁ ହେମସାଗର ସାହୁଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ଗତ ୨୦୨୧ ଡିସେମ୍ବର ୧୯ ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁର ସହରରେ ‘କାଏରନ୍ ପିଙ୍କ ସିଟି ହାଫ ମାରାଥନ୍ ଅନ୍ଲାଇନ ଆପ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ସାରା ବିଶ୍ୱର ୨୨ ଟି ଦେଶରୁ ପ୍ରାୟ ୪୭,୭୯୭ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ୧୦ କିମି ମାରାଥନରେ ହେମସାଗର ସାହୁ ଭାଗନେଇ ୧୦ କିମି.୨୯୦ ମିଟର ଦୂରତାକୁ ୧ ଘଣ୍ଟା ୧୮ମିନିଟ ୩୯ ସେକେଣ୍ଡରେ ସଫଳତାର ସହ ଅତିକ୍ରମ କରି ଏହି କୃତିତ୍ୱ ଅର୍ଜନ କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ପଦକ ,ଇ-ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ମାରାଥନ ଦେଶର ସବୁଠାରୁ ବୃହତ୍ତର ଭରଚୁଆଲ ମାରାଥନ ଅଟେ । ତେଣୁ ଏହି ମାରାଥନକୁ ୱାର୍ଲଡ଼ ବୁକ ଅଫ ରେକର୍ଡ୍ସ ୟୁନାଇଟେଡ଼ କିଙ୍ଗଡ଼ମରେ ସାମିଲ କରାଯିବା ସହିତ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ରେକର୍ଡ୍ସ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

Sunil Chandra Nayak

ଆଶା ଦେଖାଇଲେ ଆଶା, ବିଜେଡି ଗଡରେ ହାତ

Sunil Chandra Nayak

ଆସନ୍ତା ନଭେମ୍ବର ୭ରେ ସିଭିଲଟାଉନସିପ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!