ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୈଦ୍ୟରାଜ ପବିତ୍ର ଶବର ସମ୍ମାନିତ

ନର୍ଲା (ମନିସ )ଜରୁରୀକାଳୀନ ଭାବେ ଜାତୀୟସ୍ତରର ଏକ ସଭାରେ ଯୋଗଦେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଟୋଲବ୍ରାହ୍ମଣୀର ସୁନାମଧନ୍ୟ ବୈଦ୍ୟରାଜ ପବିତ୍ର ଶବର ନିଜର ବୈଦ୍ୟ କର୍ମ ପାଇଁ ପ୍ରଶଂସିତ ହେବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୂବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନସ୍ ଏହାର ଆୟୋଜନ କରି ଥିବା ବେଳେ ଏଥିରେ ବୈଜ୍ଞାନିକ ସଂଜୀବ କୁମାର ସାହୁ ଓ ଡାକ୍ତର ଦୟାନିଧି ପଧାନ ସମେତ ଜାତୀୟ ସ୍ତରର ବିଭିନ୍ନ ବିଭାଗରେ ଗବେଷଣା କରୁଥିବା ବୈଜ୍ଞାନିକଗଣ ଯୋଗ ଦେଇଥିଲେ । ଇଥନୋଫାର୍ମାକୋଲୋଜି ଜରିଆରେ ଆଧୁନିକ ଔଷଧ ତିଆରି ଉପରେ ଏହାର ବିଷଦ୍ ଆଲୋଚନା ହୋଇଥିଲା ଓ ବୈଦ୍ୟରାଜ ନିଜ ତିଆରି ଔଷଧର ନମୂନା ଦେଖାଇବା ସହ ଜଡିବୁଟିକୁ ପ୍ରଦର୍ଶନ କରିଥିଲେ। ବିଭିନ୍ନ ରୋଗର ଜଡିବୁଟି ଚିକିତ୍ସା ପଦ୍ଧତି ଓ ଔଷଧ ତିଆରିର ପ୍ରଣାଳୀକୁ ବୈଜ୍ଞାନିକଗଣ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ୧୭ ଓ ୧୮ ତାରିଖ ଦୁଇଦିନ ଧରି ଏହି ଆଲୋଚନା ଚକ୍ର ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନସରେ ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ପାଞ୍ଚ ପିଢୀ ଧରି ବୈଦ୍ୟରାଜଙ୍କ ପୂର୍ବଜ ମାନେ ଜଡିବୁଟି ଔଷଧରେ ଅସହାୟ ନିସହାୟ ରୋଗୀଙ୍କ ସେବା କରି ଆସୁଛନ୍ତି । ବର୍ତ୍ତମାନ ଶ୍ରୀ ଶବର ଏହି କାମକୁ ଜାରୀ ରଖିବା ସହ ରାଜ୍ୟ ସ୍ତରରେ,ଜାତୀୟ ସ୍ତରରେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ବୈଦ୍ୟରାଜ ଶ୍ରୀ ଶବର ସମ୍ମାନୀତ ହୋଇଛନ୍ତି । ଆଦିବାସୀ କୂଳରେ ଜନ୍ମ ହୋଇ ଜଣେ ସମାଜସେବୀ ଭାବରେ ୨୦ ବର୍ଷ ରୋଗୀଙ୍କ ସେବା କରିବା ସହ ନିଜ ତିଆରି ଚେରିମୂଳି ଔଷଧ ତିଆରି କରି ଅସାଧ୍ୟ ରୋଗରେ ପିଡୀତ ରୋଗୀଙ୍କୁ ଭଲ କରୁଥିବା ଅନେକ ନଜିର ରହିଅଛି । ଏହି ପରିପ୍ରେକ୍ଷୀରେ ତାଙ୍କୁ ଇନ୍ସଷ୍ଟିଚ୍ୟୁସନ ଓ ଲାଇଫ ସାଇନ୍ସ ତରଫରୁ ଜାତୀୟସ୍ତରରେ ଉପଢୌକନ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ଵର୍ଦ୍ଧିତ କରାଯାଇଛି । ଏହା ଜଣା ପଡିବା ପରେ କଳାହାଣ୍ଡିର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । କନ୍ଧ ସଂସ୍କୃତିର ଗବେଷକ ମେଦିନୀଧର ଜାନି,ଆଦିବାସୀ ସମାଜ ନର୍ଲା ବ୍ଲକ ସଭାପତି ଦୁର୍ଯ୍ୟୋଧନ ମାଝୀ, ଯୁଵ ନେତା ସୁରଶ ଭୋଇ,ନର୍ଲା ପ୍ରେସ କ୍ଲବ ତଥା ସଚେତନ ନାଗରିକ ମାନଙ୍କ ତରଫରୁ ବୈଦ୍ୟରାଜଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳିଅଛି ।

ପ୍ରଦୀପ କୁମାର ଗଉଡ ନର୍ଲା ମସିହା ପ୍ରତିନିଧି।

Related posts

ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ସଚେତନତା ରଥ ପରିକ୍ରମା

Sunil Chandra Nayak

ପୌରପରିଷଦର ଅହେତୁକ ଦୋକାନ ଗୃହ ଟିକସ ବୃଦ୍ଧି ନେଇ ରାଇରଙ୍ଗପୁର ପୌରପରିଷଦ ଦୋକାନ ସଂଘ ତରଫରୁ ବିଶାଳ ପ୍ରତିବାଦ ସଭା 

Sunil Chandra Nayak

ଉମା କାନ୍ତ ଦାସ ଙ୍କ କବିତା – ସମର୍ପଣ

Sunil Chandra Nayak

Leave a Comment

error: Content is protected !!