ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ ଗୁହାରୀ ସରକାର ଶୁଣିଲେ ନାହିଁ ବୋଲି ତିଆରି କଲୁ ଅସ୍ଥାୟୀ କାଠ ପୋଲ

ଥୁଆମୂଳ ରାମପୁର :୨୦/୧୧ – (ମ.ନି.ସ) :- କିଛି ଦିନ ତଳେ ଗାଁରୁ ଖଟିଆରେ ବୋହି ପ୍ରସୂତି ମାଁକୁ ନଇ ସେ ପାରିକୁ ୩ କିଲୋମିଟର ନେଇଥିଲେ। ଏହି ଖଟିଆରେ ବୁହା ଘଟଣା ଘଟିବା ପରେ ମଧ୍ୟ ପ୍ରଶାସନ ଏହା ଉପରେ କୌଣସି ପ୍ରକାରେ ସମାଧାନର ରାସ୍ତା ବାହାର କଲେ ନାହିଁ। ଗାଁ ଲୋକେ ବାଧ୍ୟ ହୋଇ ଶେଷରେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରି ଯାତାୟତ କରୁଛନ୍ତି। ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳ ଥୁଆମୁଲ ରାମପୁର ବ୍ଳକ ଖମନପଡା ଗାଁ ରୁ ଦେଖିବାକୁ ମିଳିଛି। ନିତି ଦିନିଆ ଯିବା ଆସିବା କରିବା ପାଇଁ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ। ବଡ଼ ଲୋକମାନେ ତୋ ଯେମିତି ହେଲେ ନଇଁ ପାର ହୋଇଯାଉଛନ୍ତି।କିନ୍ତୁ କୁନି କୁନି ପିଲା ସ୍କୁଲ ଯିବା କଥା ଥରେ ଚିନ୍ତା କରନ୍ତୁ। ଏ ଚିତ୍ର କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ବ୍ଳକ ମୁଖ୍ଯାଳୟ ଠରୁ ୧୨ କିଲୋମିଟର ଦୂରରେ ଥିବା ବାଲୀଜୋର ନଦୀ ସେପଟ ଏହି ଖମନପଡା ଗାଁ। ଗାଁ ରେ ପ୍ରାୟ ୨୫ ପରିବାର ବସବାସ କରନ୍ତି। ଦୁଇ ପଟେ ଦୁଇ ନଦୀ ମଝିରେ ଗାଁ ଲୋକେ, ଗାଁ ର ମୁଖ୍ୟ ସମସ୍ୟା ପାଲଟିଛି ରାସ୍ତା ଓ ପୋଲ। ଗାଁ ରୁ ସବୁ ସମୟରେ ଖଟିଆ ବୁହା ହୁଏ। ବର୍ଷା ଦିନ ଆସିଗଲେ ଗାଁ ଲୋକଙ୍କ ପାଇଁ ଏହି ନଇଁ ଦାଉ ସାଜୁଛି ନଇଁରେ ବନ୍ଯାପାଣି ବଢ଼ିଲେ ରୋଗୀ ର ଜୀବନ ପ୍ରତି ବିପଦ । ଗ୍ରାମରେ ପିଲାଙ୍କୁ ପାଠପଢେଇବା ପାଇଁ ସ୍କୁଲ ଖଣ୍ଡେ ନଥିବାରୁ ନଦୀ ସେ ପାରେ ରହିଥିବା ସ୍କୁଲକୁ ପାଠ ପଢିବା ପାଇଁ ଯାଆନ୍ତି କୁନି କୁନି ପିଲା। ବ୍ଳକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ନେହୁରା ହେଲେ ମଧ୍ୟ କେହି ଗୁହାରୀ ଶୁଣୁନାହାନ୍ତି।ଯାହା ଫଳରେ ଅସ୍ଥାୟୀ କାଠ ପୋଲ ତିଆରି କରି ଯାତାୟତ କରୁଛନ୍ତି ଗାଁ ଲୋକେ।ଖମନପଡା ଗ୍ରାମରେ ରେ ସ୍କୁଲ ଖଣ୍ଡେ ନ ଥିବାରୁ ୫ କିଲୋମିଟର ଯିବାକୁ ପଡିଥାଏ। ରାସ୍ତା ସମସ୍ୟା ଏ ମାନଙ୍କୁ ଦ୍ଵିଗୁଣିତ କରିଛି।ଖମନପଡା ଗାଁ ଏବେ ମୌଳିକତା କୁ ହରେଇ ବିକାଶର ବାଟ ଦେଖୁଥିବା ବେଳେ, ନେତା ମାନେ ଆସନ୍ତି ବ୍ରିଜ ପାଇଁ କାମ ଆସିଯାଇଛି ହୋଇଯିବ କହି ଅନେକ ଥର ଭଣ୍ଡେଇ ଦେଇ ଚାଲିଯାଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।ଖଟିଆ ବୁହା ଘଟଣା ଚର୍ଚ୍ଚାକୁ ମଧ୍ୟ ଆସେ ଗୁହାରି ମଧ୍ୟ କରନ୍ତି। ହେଲେ କେବେ କାହାର କର୍ଣ୍ଣପାତ ହୁଏନାହିଁ। ଶେଷରେ ନିରାଶ ହୋଇ ଅସ୍ଥାୟୀ କାଠ ପୋଲ ଟିଏ ତିଆରି କରି ଯା ଆସ କରୁଛନ୍ତି। ତେବେ ଏହି ଖବର ପ୍ରସାରିତ ହେବା ପରେ ଖମନପଡା ଗ୍ରାମ କୁ ପ୍ରଶାସନ ର ଦୃଷ୍ଟି ପଡିବ କି ନାହିଁ ତାହା ଅଗାମୀ ଦିନରେ ହିଁ ଜଣାପଡିବ ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ବଦଳୁଛି ଚାଷ କାମର ଢାଞ୍ଚା ପାରମ୍ପାରିକ ହଲ ଲଙ୍ଗଳ ବଦଳରେ ବ୍ୟବହାର ହେଉଛି ମେସିନ

Sunil Chandra Nayak

ଢେଙ୍କାନାଳ-: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀଗୃହ ଉଦଘାଟନ

Leave a Comment

error: Content is protected !!