ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ଜୀବନବିନ୍ଧୁ ରକ୍ତଦାନ ଶିବିର ଅନୁଷ୍ଠିତ

ଥୁଆମୂଳ ରାମପୁର: ୧୪/୧୦ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ଆଜି ୧୪/୧୦/୨୨ ତାରିଖ ଯଥା ଗୁରୁବାର ଜୀବନ ବିନ୍ଦୁ ଓଡିଶା – ମୋ ପରିବାର ଆନୁକୂଲ୍ୟରେ ଥୁଆମୂଳ ରାମପୁର ବ୍ଳକ ବିଜୁ ଯୁବ – ଛାତ୍ର ଦଳ ସୌଜନ୍ଯରେ ଓଡିଶା ମାନ୍ଯବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ବର୍ଷ ପାଳନ ଅବସରରେ ସ୍ବେଚ୍ଛାକୃତ ଏକ ରକ୍ତଦାନ ଶିବିର ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ମାନ୍ଯବର ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ରକ୍ତଦାନ ଭଳି ମହତ୍ ପୂର୍ଣ୍ଣ କାର୍ଯ୍ଯରେ ୬୩ ଜଣ ରକ୍ତଦାତା ସାମିଲ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଜୀବନ ବିନ୍ଦୁ ଓଡିଶା – ମୋ ପରିବାର ଅନୁକୂଲ୍ଯରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପରିଷଦ ସଭ୍ଯା ଶ୍ରୀମତୀ ଟୁନି ଖୋସ୍ଲ, ବ୍ଳକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ପୂର୍ବତନ ଡବ୍ଲୁଡିସି ମେମ୍ବର ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ବିଜେଡ଼ି ବ୍ଳକ ସଭାପତି ଶ୍ରୀ କପିଳାସ ନାଏକ, ଶ୍ରୀ ପବିତ୍ର ନାଏକ, ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ଗୋପାଳପୁର ଗ୍ରା,ପ ସମିତି ସଭ୍ଯା ଶ୍ରୀମତୀ ସଂଯୁକ୍ତା କୁମାରୀ ନାୟକ, ଶ୍ରୀ ଦୁର୍ଯ୍ୟୋଧନ ନାୟକ, ଶ୍ରୀ ରାମ ମାଝୀ, ଶ୍ରୀ ସନାତନ ମାଝୀ, ଶ୍ରୀ କେଶରୀ ନାଏକ, ଶ୍ରୀ ଉପେନ୍ଦ୍ର ନାଏକ,ଶ୍ରୀ କେଶରୀ ନାଏକ ସମେତ୍ ଥୁଆମୂଳ ରାମପୁର ବ୍ଳକ ବିଜୁ ଯୁବ – ଛାତ୍ର ଜନତା ଦଳ ଓ ବିଭିନ୍ନ ଗ୍ରାମପଞ୍ଚାୟତର ବିଜୁ ଯୁବ – ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା ନୃସିଂହ ଅବତାର

ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରୁ ଧାନ କ୍ରୟ ଆରମ୍ଭ

Sunil Chandra Nayak

ସଲଣ୍ଡିଆମୁଣ୍ଡା ରେ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

Leave a Comment

error: Content is protected !!