ଗୋଳାମୁଣ୍ଡା ତା ୧୫/୪ ମସିହା, ନ୍ୟୁଜ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ବସୁଧା ଯୋଜନାରେ ଲାଗିଥିବା ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ଯୋଗୁଁ ୪୧ ଡିଗ୍ରୀ ଖରାରେ ପାଣି ପାଇଁ କେଗାଁ ବାସୀ ଡହଳ ବିକଳ ହେଉଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଠାରେ ବସୁଧା ଯୋଜନାରେ ଏକ ପାଣି ଟ୍ୟାଙ୍କ ନିର୍ମାଣ କରାଯାଇ କେଗାଁର ୪ ଟି ୱାର୍ଡବାସୀଙ୍କୁ ପାଣି ଯୋଗାଣ ହୋଇଥାଏ । ଆଜି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ସମସ୍ତ ଜନସାଧାରଣ ବସୁଧା ଯୋଜନା ଉପରେ ନିର୍ଭର କରୁଥିବା ବେଳେ ଆଜି ସଖାଲୁ ପାଣି ବନ୍ଦ ହେବାରୁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । କେଗାଁ ରେ ପାଖାପାଖି ୨୫୦୦ ଶହରୁ ଉର୍ଦ୍ଧ୍ବ ଜନସଂଖ୍ୟା ବସବାସ କରନ୍ତି । ନଇଁ ନାଳ ପୋଖରୀ ସୁଖିଯିବା ସାଂଘକୁ କେଗାଁ ଦୁଇଟି ନଳକୂପ ଅଚଳ ଅବସ୍ଥାରେ ପଡିରହିଛି । ଯାହାଫଳରେ ପାଣି ସଂକଟରେ ଡହକ ବିକଳ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କେଗାଁ ପୋଲିସ ଚୋରି ଘଟଣା ଉପରେ ଯାଞ୍ଚ କରିବା ସଙ୍ଗେ ଜଳ ସମ୍ପଦ ବିଭାଗ ତଦନ୍ତ କରି ଜରୁରୀ କାଳୀନ ଭିତରେ ପାଣି ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।
ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା, ନିଉଜ୍,