ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସୁଧା ଯୋଜନାର ବିଦ୍ୟୁତ ତାର ଚୋରି , ୪୧ ଡିଗ୍ରୀ ଖରାରେ ପାଣି ପାଇଁ ଡହଲ ବିକଳ କେଗାଁ ବାସୀ

ଗୋଳାମୁଣ୍ଡା ତା ୧୫/୪ ମସିହା, ନ୍ୟୁଜ  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ବସୁଧା ଯୋଜନାରେ ଲାଗିଥିବା ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ଯୋଗୁଁ ୪୧ ଡିଗ୍ରୀ ଖରାରେ ପାଣି ପାଇଁ କେଗାଁ ବାସୀ ଡହଳ ବିକଳ ହେଉଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଠାରେ ବସୁଧା ଯୋଜନାରେ ଏକ ପାଣି ଟ୍ୟାଙ୍କ ନିର୍ମାଣ କରାଯାଇ କେଗାଁର ୪ ଟି ୱାର୍ଡବାସୀଙ୍କୁ ପାଣି ଯୋଗାଣ ହୋଇଥାଏ । ଆଜି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ସମସ୍ତ ଜନସାଧାରଣ ବସୁଧା ଯୋଜନା ଉପରେ ନିର୍ଭର କରୁଥିବା ବେଳେ ଆଜି ସଖାଲୁ ପାଣି ବନ୍ଦ ହେବାରୁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । କେଗାଁ ରେ ପାଖାପାଖି ୨୫୦୦ ଶହରୁ ଉର୍ଦ୍ଧ୍ବ ଜନସଂଖ୍ୟା ବସବାସ କରନ୍ତି । ନଇଁ ନାଳ ପୋଖରୀ ସୁଖିଯିବା ସାଂଘକୁ କେଗାଁ ଦୁଇଟି ନଳକୂପ ଅଚଳ ଅବସ୍ଥାରେ ପଡିରହିଛି । ଯାହାଫଳରେ ପାଣି ସଂକଟରେ ଡହକ ବିକଳ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କେଗାଁ ପୋଲିସ ଚୋରି ଘଟଣା ଉପରେ ଯାଞ୍ଚ କରିବା ସଙ୍ଗେ ଜଳ ସମ୍ପଦ ବିଭାଗ ତଦନ୍ତ କରି ଜରୁରୀ କାଳୀନ ଭିତରେ ପାଣି ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା, ନିଉଜ୍,

Related posts

ଗାନ୍ଧୀ ଜୟନ୍ତି ଅବସର ରେ ସବୁଠି ସ୍ୱଚ୍ଛତା ହିଁ ସେବା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟିର ସ୍ବର୍ଗ ।।

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

Sunil Chandra Nayak

Leave a Comment

error: Content is protected !!