ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚକୁଳିରେ ବାବା ସାହେବ ଜୟନ୍ତୀ ପାଳିତ

ଜୁନାଗଡ଼,୧୫/୪(ମ ନି ସ) ଚକୁଳି ଗ୍ରାମ ବାବାସାହେବ ଆମ୍ବେଦକର କ୍ଲବ ଠାରେ ଆମ୍ବେଦକର ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି।ଅଲ ଓଡିଶା ସିଡୁଲ କାଷ୍ଟ ଫେଡରେସନ ଜୁନାଗଡ଼ ବ୍ଲକ ଓ ଆମ୍ବେଦକର କ୍ଲବ ର ମିଳିତ ଭାବେ ପାଳିତ ଏହି ଜୟନ୍ତୀରେ ସମାଜସେବୀ ବିଶ୍ୱନାଥ କର ଏଥିରେ ସଭାପତିତ୍ୱ କରିଥିଲେ। ଡ ବାବା ସାହେବ ଆମ୍ବେଦକର ଙ୍କ ଫୋଟୋ ଚିତ୍ରକୁ ସୁସଜିତ କରି ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରାଯାଇଥିଲା।ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ବିଡ଼ିଓ ତୁଲାରାମ ମାରାଣ୍ଡି,ଡ଼. ବିବେକାନନ୍ଦ ମହାନନ୍ଦ, ଗୋବର୍ଦ୍ଧନ ବାଗ, ଧନଞ୍ଜୟ ଦୀପ, ସତ୍ୟ ମହାର,ଦାମ ବେହେରା, ପୂର୍ଣ ପ୍ରଧାନ, ଆଦିତ୍ୟ ଯାଦବ, ଅକ୍ଷୟ ମେହେର ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ଶୃତି ଚାରଣ କରି ସମାଜର ଉତ୍ଥାନ ପାଇଁ ଆମେ ସମସ୍ତେ ତାଙ୍କ ପଦାଙ୍କ ଅନୁସରଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲଷ୍ମୀ ବାଗ, ହରିହର ଦୁର୍ଗା, ଗୌତମ ବାଗ, ପ୍ରମୁଖ ଉପସ୍ଥିତ ରହି ଥିଲେ ସେହିପରି ପ୍ରେମଲଲ ବାଗ ସଭା ପରିଚାଳନା କରିଥିବା ବେଳେ ରାଜରାମ ଡଙ୍ଗରି, ଜନ୍ମେଜୟ କର, ଦୁର୍ଗାପ୍ରସାଦ ନାଏକ, ପ୍ରକାଶ ନିଆଲ, ରାଧାକାନ୍ତ ବେମାଲ ପ୍ରମୁଖ ସହଯୋଗ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗର ଶିବିର ଅଦାଲତ ତଥା ମାନବ ଚାଲାଣ ନିରୋଧ ୟୁନିଟ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସଂଯୁକ୍ତା ସାହୁ ଙ୍କ କବିତା ……  ପ୍ରାପ୍ତି …..   

Sunil Chandra Nayak

କାର – ମୋଟରସାଇକେଲ ଦୁର୍ଘଟଣା ୧ ମୃତ ଜଣେ ଗୁରୁତ୍ତର

Sunil Chandra Nayak

Leave a Comment

error: Content is protected !!