ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଘଣ୍ଟମାଳ ସ୍କୁଲ୍ ପରିଦର୍ଶନ

ପିଲାଙ୍କୁ ପାଠ ପଢ଼ାଇ, ସନ୍ତୋଷ ବ୍ୟକ୍ତ କଲେ

ନର୍ଲା, ୨୬।୫ (ମନିସ): କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ନର୍ଲା ବ୍ଲକ୍ ଅନ୍ତର୍ଗତ ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କ ଶୈକ୍ଷିକ ସ୍ଥିତି ପରଖିଛନ୍ତି। ଶ୍ରୀ ଚୋପଦାର ବିଦ୍ୟାଳୟକୁ ପହଞ୍ଚି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ସହ ଅଷ୍ଟମ ଶ୍ରେଣୀକୁ ଯାଇ ପାଠ ପଢ଼ାଇଥିଲେ। ପିଲାଙ୍କ ସହ ଭାବ ବିନିମୟ କରି ସେମାନଙ୍କ ଶୈକ୍ଷିକ ସ୍ଥିତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ‘ପଢ଼ିବାକୁ ଶିଖିବା : ଶିଖିବାକୁ ପଢ଼ିବା’, ଶୈକ୍ଷିକ ପୁନରୁଦ୍ଧାର ଯୋଜନା, ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ୍ ଅଭିଯାନ ଆଦି ସମସ୍ତ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରି ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ବୁରାଟ ସିଆରସିସି କେଦାରନାଥ ନାଗ ତଥା ନର୍ଲା ବିଇଓ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ସୂର୍ଯ୍ୟଦେବ ବାଗ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ଶିକ୍ଷଣ ତଥା ଆନୁଷଙ୍ଗିକ କାର୍ଯ୍ୟକ୍ରମ ସଠିକ ଭାବରେ ଚାଲିଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି।

ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି।

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଅଷ୍ଟମ ସ୍ବରୂପ ମାତା ମହାଗୌରୀ

Sunil Chandra Nayak

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତର ୧୦ ଲକ୍ଷ ଆଶା କର୍ମୀ ସମ୍ମାନିତ

ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ତେନ୍ତୁଳିିଖୁଣ୍ଟି ବ୍ଳକ ଗସ୍ତ

Sunil Chandra Nayak

Leave a Comment

error: Content is protected !!