ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଦାଦନର କରୁଣ ଚିତ୍ର

ହାଇଦ୍ରାବାଦକୁ ଦାଦନ ଯାଇ ନବମ ଶ୍ରେଣୀର ଛାତ୍ର ମୃତ୍ୟୁ

କୋକସରା, ୨୬ା୫-(ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନି । ଦିନ କୁ ଦିନ ଦାଦନ ସମସ୍ୟା ଉଗ୍ର ରୁପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇ ଗତ ୨ ମାସ ଭିତରେ ବ୍ଳକ ରେ ୩ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଛି ।ଗୁରୁବାର ହାଇଦ୍ରାବାଦ ରୁ ଗୋତମୁଣ୍ଡା ପଞ୍ଚାୟତ ପିପଲଝାପର ଗ୍ରାମର ଦୁର୍ଯ୍ୟୋଧନ ବିଶିଙ୍କ ପୁଅ ସୋମନାଥ ବିଶି (୧୪) ଙ୍କ ଶବ ଗାଁ କୁ ଫେରିଛି । ସୂଚନା ଅନୁସାରେ, ଗତ ୬ ମାସ ତଳେ ବାପା ଦୁର୍ଯ୍ୟୋଧନ ସହ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ସୋମନାଥ ହାଇଦ୍ରାବାଦକୁ ଦାଦନ ଯାଇ ସେଠାରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ । ହେଲେ ମଙ୍ଗଳବାର ସନ୍ଧ୍ୟା ରେ କାମ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପଶ୍ୱରେ ଆସି ସୋମନାଥ ଗୁରୁତର ହେଇଥିଲା । ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସୋମନାଥ ଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ତାଙ୍କର ମୃତ୍ୟୁ ଦେହ ହାଇଦ୍ରାବାଦ ରୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପିପଲଝାପର ପହଞ୍ଚିବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ କରୋନା ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିବାରୁ ଗ୍ରାମାଞ୍ଚଳର ଅନେକ ଛାତ୍ର ଛାତ୍ରୀ ରାଜ୍ୟ ବାହାରକୁ ପରିବାର ସହ ଦାଦନ ଖଟିବାକୁ ଯାଇଥିବା ବେଳେ ଏ ମାନଙ୍କ ପ୍ରତି କାହାରି ଦୃଷ୍ଟି ପଡିନାହିଁ । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଏବେ ବି ରାଜ୍ୟ ବାହାରେ ସ୍କୁଲ ଛାଡି ଦାଦନ ଖଟୁଥିବା ଏକ ବାସ୍ତବ ଚିତ୍ର ହେଉଛି ସୋମନାଥ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦୃଷ୍ଟି ଦେବା ସହ ଏହି ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Related posts

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ସମାଜସେବୀ କିନ୍ନରଙ୍କ ସହ ଝିଅର ଜନ୍ମଦିନ ପାଳନ କଲେ

Sunil Chandra Nayak

Leave a Comment

error: Content is protected !!