ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା ଗସ୍ତ ଭେନରୁ ବୋତକ ବୋହି ନେଲେ ପଥଚାରି

ପାପଡାହାଣ୍ଡି,23/9, ମନିସ — ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡିଲା ବୋତକ ବୋଝେଇ ଭେନ | ଭେନରୁ ବୋତକ ବୋହି ନେଲେ ପଥ ଚାରି | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ଠାରେ ଶୁକ୍ରବାର ଆନ୍ଦ୍ର ରୁ ଝାଡ଼ଖଣ୍ଡ ଯାଉଥିବା ଏକ ଭେନ ଦୁର୍ଘଟଣା ଗସ୍ତ ହୋଇଥିଲା | ଭେନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭେନଟି ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା | ଏଥିରେ ବସିଥିବା ଦୁଇ ଜଣ କେ ଶ୍ରୀନୁ ଓ ମୋହମ୍ମଦ ରହିମ ଗୁରୁତର ହୋଇଥିଲେ | ସେମାନଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଖବର ପାଇ ପାପଡାହାଣ୍ଡି ପୋଲିସ ପହଂଚି ଭେନ ଟି କୁ ଉଠାଇଥିଲା | ଭେନ ଉଦ୍ଧାର ହେବା ପରେ ଦେଖି କିଛି ଲୋକ ବୋତକ ବୋହି ନେଇଯିବା ଦେଖିବାକୁ ମିଳିଥିଲା | ଯାହାର ଭିଡିଓ ବର୍ତମାନ ଭାଇରାଲ ହେବାରେ ଲାଗିଛି | ଭେନରେ 3ହଜାରରୁ ଉର୍ଦ୍ଧ ବୋତକ ଥିଲେ, କିଛି ଦୁର୍ଘଟଣା ରେ ଚାପି ହୋଇ ମରିଯାଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଅଞ୍ଚଳରେ ରାସନ ସାମଗ୍ରୀ ବିତରଣ କାର୍ଯ୍ଯକ୍ରମ 

Sunil Chandra Nayak

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!