ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଷ୍ଟଶମ୍ଭୁ ମନ୍ଦିର ପରିସର ରେ “ଯୁବଶକ୍ତି “ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଢେ଼ଙ୍କାନାଳ(ମ ନି ସ)୨୩ l୦୯ _   ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁଆଳୁ ଗ୍ରାମ ପଞ୍ଚାୟତର ପ୍ରାଚୀନ ମନ୍ଦିର ବାବା ଅଷ୍ଟଶମ୍ଭୁ ମନ୍ଦିର ର ସୌନ୍ଦର୍ଯ୍ୟ କରଣ ପାଇଁ ମନ୍ଦିର ପାଚେରୀ ପାର୍ଶ୍ୱ ରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ପ୍ରାଚୀନ କାଳରୁ ବାବା ଅଷ୍ଟ ଶମ୍ଭୁ ମନ୍ଦିରର କାରୁକାର୍ଯ୍ୟ ପଥର ରେ ହୋଇ ଅଛି l ଆଜିର ଦିନରେ ମଧ୍ୟ ଆମ କଳା ସଂକୃତି ଐତିହ୍ୟ ବଞ୍ଚି ରହିଅଛି, ଏଣୁ ଏହି ଭଳି ଆମ କଳା ସଂକୃତି କୁ ବଞ୍ଚେଇ ରଖିବା ପାଇଁ ସମସ୍ତଙ୍କର ସହଯୋଗ ଓ ସହାନୁଭୂତି ରହିବା ନିହାତି ଆବଶ୍ୟକ, ଏହା ଦ୍ୱାରା ମନ୍ଦିର ମାଳିନୀ ପରିବେଶ ସବୁଜ ସୁନ୍ଦର ହେବା ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ ବୋଲି ହିମାଂଶୁ ଭୂଷଣ ମତ ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାଚୀନ ଓ ବହୁ ପୂରାତନ କାଳର ବାବା ଅଷ୍ଟ ଶମ୍ଭୁ ମନ୍ଦିର ଜିଲ୍ଲାରେ ଅବସ୍ଥିତ ହୋଇଥିବା ହେତୁ ଜିଲ୍ଲାର ସର୍ଵ ସାଧାରଣ ପ୍ରଭୁ ଙ୍କର ଶ୍ରୀ ଚରଣରେ ସବୁବେଳେ ସମର୍ପିତ l ସୂଚନା ମୁତାବକ ମନ୍ଦିର ର ବିଶେଷ ସମସ୍ୟା ଏକ ମାସ ହେବ ବିଶୁଦ୍ଧ ପାନୀୟ ଜଳ ଆକୁଆ ଗାର୍ଡ ଟି ଖରାପ ହୋଇ ଯାଇ ଅଛି, ଗାର୍ଡେନ ର ଅନାବନା ଘାସ ହୋଇ ଯାଇଅଛି, ପୋଖରୀ ରେ କୁଢ଼ କୁଢ଼ ଆଳିହା ସାଙ୍ଗକୁ ଅନା ବନା ଘାସ ରେ ପରିପୂର୍ଣ୍ଣ ହୋଇଅଛି lଏଥି ନିମନ୍ତେ ଜିଲ୍ଲାର ଏ.ଏସ.ଆଇ ଅଧିକାରୀ ସୁଶାନ୍ତ ଗୋଚ୍ଛାୟତ ଙ୍କୁ ଆମେ ଅବଗତ କରାଇବା ସହ ଏଥି ସଂପର୍କିତ ସବୁ ସମସ୍ୟାର ସମାଧାନ କରିବା ପାଇଁ ସଂଗଠନ ତରଫରୁ ନିବେଦନ କରାଯାଇଛି।, ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଜ୍ଞାନ ରଞ୍ଜନ ସାହୁ, ବିନୟ ଦାସ,ଦିଲ୍ଲୀପ ସାହୁ, ଗଣମାଧ୍ୟମ ପ୍ରତିନିଧି ନିର୍ମଳ ଗଡନାୟକ, ରୂପକ ରଞ୍ଜନ ସାହୁ, ସୁଜିତ ଦଳ ବେହେରା, ଭୀମସେନ ଖଟୁଆ, ଓ ମନ୍ଦିର ପୂଜକ ଉପସ୍ଥିତ ରହିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଭୋଟ୍‌ ଖେଲ୍‌

Sunil Chandra Nayak

ମଦନପୁର ରାମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ସୁରେଶ ଚନ୍ଦ୍ର ପାଢ଼ୀ, ବୁଗୁଡ଼ା, ଗଞ୍ଜାମ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!