ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେଙ୍ଗଫାର୍ଷି ଗ୍ରାମର ଏୟାରଟେଲ ଲିଙ୍କ୍ ଟାଓ୍ବାରକୁ 4G ଟାଓ୍ବାର ଭାବରେ ସଂଯୋଗ କରଣ ଦାବି ପୂରଣ

ଥୁଆମୂଳ ରାମପୁର:ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତି। ଏଠିକାର ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ଲାଭକ୍ଷୋର ମନୋବୃତ୍ତି ଯୋଗୁଁ ଅନେକ ସ୍ଥାନର ବିକାଶ ପ୍ରତି ବାଧା ସୃଷ୍ଟି କରୁଅଛି,ଗରିବ ଆଦିବାସୀ ଓ ହରିଜନ ଏହି ଅଞ୍ଚଳରେ ବସବାସ କରନ୍ତି। ତେଣୁ ସେମାନଙ୍କ ସରଳତାର ସୁଯୋଗ ନେଇ ସେମାନେ ମାଲାମାଲ ହେଉଛନ୍ତି। ଗରିବ ଲୋକଙ୍କୁ ମିଥ୍ଯା ପ୍ରତିଶ୍ରୁତିରେ ଭୂଆଁବୁଲାଯାଉଛି,ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଆସୁଛି। ତଥାପି ସେଅନୁସାରେ ଅଞ୍ଚଳ ର ବିକାଶର ନାଁଗନ୍ଧ ଧରୁନାହିଁ। ଗମନାଗମନ ଟେଲିଯୋଗାଯୋଗ କ୍ଷେତ୍ରରେ ଅନେକ ସ୍ଥାନରେ ପଛରେ ପଡିବାରୁ ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଅଛି। ତଥାପି ଅଞ୍ଚଳର ସ୍ଥାନୀୟ ରାଜନେତା ପକ୍ଷରୁ ଏତେଟା ଗୁରୁତ୍ୱ ଦେଉନଥିବା ଜଣାଯାଏ। ଆଜିବି ଥୁଆମୂଳ ରାମପୁର ବ୍ଳକ ବହୁ ପଛରେ ପଡିଥିବା ଭଳି ମନେହୁଏ। ଯେଉଁ ପରିମାଣରେ ବିକାଶ ହେବାକଥା ତାହା ହୋଇନାହିଁ। ସ୍ବାସ୍ଥ୍ୟ, ଶିକ୍ଷା ଗମନାଗମନ, ପାନୀୟ ଜଳ, ବିଦ୍ଯୁତ୍ ଟାଓ୍ବାର ଭଳି ସମସ୍ଯା ଅନେକ ସମସ୍ୟା ରହିଅଛି, ଅଞ୍ଚଳବାସୀ ଟାଓ୍ବାର ପାଇଁ କେତେ ଦାବି କରିଆସୁଛନ୍ତି। ହେଲେ ଦାବି ଗୁଡିକ ପୂରଣ ହୋଇ ପାରିନଥିବାବେଳେ ପୁଣିଥରେ ଶ୍ରୀ ବିଷ୍ଣୁ ନାଏକ ଓ ରାଧାକୃଷ୍ଣ ନାଏକ ଦାବି କରିଥିଲେ ସେହି ଦାବି ଆଜି ପୂରଣ ସାରିଛ। ଯାହାକି ଥୁଆମୂଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଙ୍ଗଫାର୍ଷି ଗ୍ରାମରେ ଥିବା ଏୟାରଟେଲ ଲିଙ୍କ ଟାଓ୍ବାର କୁ 4G ଟାଓ୍ବାର ଭାବରେ ସଂଯୋଗ କରଣ ଦାବି କରିଥିଲେ ତାହା ଆଜି କାର୍ଯ୍ଯକାରୀ ହୋଇଛି ପାରିଛି। ଏହାର ସୁଫଳ ମିଳିଛି ଅଞ୍ଚଳ ସାଧାରଣ ଜନତାଙ୍କୁ। ଏହାକୁ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ସମ୍ପାଦକ ଶ୍ରୀ ବିଷ୍ଣୁ ନାଏକ ଓ ଥୁଆମୂଳ ରାମପୁର ବ୍ଳକ ମଣ୍ତଳ ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ ଙ୍କ ନେତୃତ୍ୱ ନେଇଥିଲେ। ଡେଙ୍ଗଫାର୍ଷି ଗ୍ରାମବାସୀ ଙ୍କ ଅନୁରୋଧ କୁ କଳାହାଣ୍ଡି ଜିଲ୍ଲା ଲୋକସଭା ସାଂସଦ ମାନ୍ଯବର ଶ୍ରୀ ବସନ୍ତ କୁମାର ପଣ୍ଡା ଙ୍କୁ ଏହି ସମସ୍ଯା ର ସମାଧାନ ଯଥାଶୀଘ୍ର କାର୍ଯ୍ଯକାରୀ କରିବା ପାଇଁ ଜନସାଧାରଣ ଙ୍କ ଆଗରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଆଜି ତାହା କାର୍ଯ୍ଯକାରୀ ହୋଇପାରିଛି। ତେଣୁ ଗ୍ରାମବାସୀ ମାନ୍ଯବର ସାଂସଦ ଙ୍କୁ ସାଧୁବାଦ ଜଣାଇବା ସହିତ ଖୁସି ହୋଇଛନ୍ତି। ମାନ୍ଯବର ସାଂସଦ ଙ୍କ ସହଯୋଗରେ ଡେଙ୍ଗଫାର୍ଷି ଗ୍ରାମରେ ଏୟାରଟେଲ ଲିଙ୍କ ଟାଓ୍ବାର କୁ 4G ଟାଓ୍ବାର ଭାବରେ ସଂଯୋଗ କରଣ କରାଯା ଇ ପାରି ଛି ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦୂର ହେଲା ପାଣି ନିଷ୍କାସନ ସମସ୍ୟା, ଖୁସିହେଲେ ଆନ୍ଦୋଳନକାରୀ

Sunil Chandra Nayak

ଜୀବନ ଜ୍ୟୋତି କ୍ଲବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଛେଳି କୁକୁଡ଼ାଙ୍କ କଥା 

Sunil Chandra Nayak

Leave a Comment

error: Content is protected !!